Latest Odisha News

ଜୁଲାଇ ୨୮ରେ ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍

ସମ୍ବଲପୁର: ଆସନ୍ତା ଜୁଲାଇ ୨୮ରେ ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍। ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।

ବନ୍ୟାଜଳ ନିଷ୍କାସନ ପାଇଁ ପୂଜାପାଠ କରାଯାଇ ସକାଳ ୯ଟାରେ ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲିବ।ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ବନ୍ୟାଜଳ ନିଷ୍କାସନ ପାଇଁ ପୂଜାପାଠ କରାଯାଇ ସକାଳ ୯ଟାରେ ଜଳଭଣ୍ଡାରର ଗେଟ୍ ଖୋଲିବ।

ତେବେ ସମ୍ବଲପୁର, ବରଗଡ, ସୋନପୁର, ଅନୁଗୁଳ, ବୌଦ୍ଧ, ନୟାଗଡ଼, କଟକ, ଫୁଲବାଣୀ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାପାଳଙ୍କୁ ମଧ୍ୟ ଡ୍ୟାମର ତଳିଆ ଅଞ୍ଚଳରେ ଅସ୍ଥାୟୀ ନିର୍ମାଣ କିମ୍ବା ହଟାଇ ଦେବାକୁ କୁହାଯାଇଛି।

ଜଳଭଣ୍ଡାରକୁ ୧ ଲକ୍ଷ ୭୨ ହଜାର ୫୬ କ୍ୟୁସେକ ଜଳ ପ୍ରବେଶ କରୁଛି। ଫଳରେ ଜଳସ୍ତର ବୃଦ୍ଧି ପାଇ ୬୦୪.୭୫ ଫୁଟରେ ପହଞ୍ଚିଛି।

Comments are closed.