Latest Odisha News

BREAKING NEWS

ପୁଣି ଖୋଲିଲା ହୀରାକୁଦ ଡ୍ୟାମର ୬ଟି ଗେଟ୍

ସମ୍ବଲପୁର: ପୁଣି ଗେଟ୍ ଖୋଲିଲା ହୀରାକୁଦ୍। ଡ୍ୟାମ୍‌ର ବାମପଟେ ୪ଟି ଓ ଡାହାଣ ପଟେ ୨ଟି ଗେଟ୍ ଖୋଲାଯାଇଛି। ଏପରି ହୀରାକୁଦର ୬ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ଉପର ମୁଣ୍ଡରେ ବର୍ଷା କମି ଯାଇଥିବା ହେତୁ ସମସ୍ତ ଗେଟ ବନ୍ଦ କରାଯାଇଥିଲା। ଏବେ ପୁଣି ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ହୋଇଛି।

ହୀରକୁଦର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଏବେ ଜଳସ୍ତର ୬୨୯.୨୫ ଫୁଟ ରହିଛି। ଡ୍ୟାମ୍‌କୁ ପ୍ରତି ସେକେଣ୍ଡରେ ୧,୩୨,୫୦୦ ଘନଫୁଟ ଜଳ ପ୍ରବେଶ କରୁଛି। ଅପରପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ମୌସୁମୀ ସକ୍ରିୟ ସହ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୨୬.୬ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୮.୮ ମିମି ତୁଳନାରେ ୨୦୩ ପ୍ରତିଶତ ଅଧିକ ରହିଛି।

Leave A Reply

Your email address will not be published.