Latest Odisha News

BREAKING NEWS

ମେକ୍ସିକୋରେ ପ୍ରଦର୍ଶିତ ପରଗ୍ରହୀକୁ ନେଇ ସମ୍ମୁଖକୁ ଆସିଲା ଚାଂଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: କିଛି ଦିନ ତଳେ ମେକ୍ସିକୋ ସଂସଦରେ ୨ଟି ଏଲିୟନ୍ସଙ୍କ ଶବ ପ୍ରଦର୍ଶନ କରାଯାଇଥିଲା । ଏହା ୧୦୦୦ ବର୍ଷ ତଳର ଶବ ବୋଲି ସେ ସମୟରେ କୁହାଯାଇଥିଲା । ବୈଜ୍ଞାନିକମାନେ ଏହି ଶବକୁ ସାମ୍ନାକୁ ଆଣିବା ପରେ ରହସ୍ୟମୟ ପରଗ୍ରହୀଙ୍କ ସମ୍ପର୍କରେ ତଥ୍ୟ ସମ୍ମୁଖକୁ ଆସିବା ନେଇ ଆଶା ଉଜ୍ଜୀବୀତ ହୋଇଛି । ଏବେ ବୈଜ୍ଞାନିକମାନେ ଆଉ ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେମାନଙ୍କ ମଧ୍ୟରେ ଜଣଙ୍କ ଶରୀରରେ ଜୀବନ ଥିଲା । ପରଗ୍ରହୀଙ୍କ ସମସ୍ତ ଅଙ୍ଗ ଜୈବିକ ଥିଲା ଓ ଶରୀରରେ ଗର୍ଭ ବିକଶିତ ହେବାର ପ୍ରମାଣ ରହିଛି । ଏଲିୟନ୍ସଙ୍କ ଶରୀର ସ୍କାନ କରିବା ପରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । ଏହା କୌଣସି ପ୍ରକାରର କୃତ୍ରିମ ଢ଼ାଂଚା ନ ଥିଲା ବୋଲି ମଧ୍ୟ ବୈଜ୍ଞାନିକମାନେ କହିଛନ୍ତି । ଗୋଟିଏ ଏଲିୟନ୍ସର ଶରୀରରେ ଗର୍ଭ ବିକଶିତ ହେଉଥିଲା । ଯଥାସମ୍ଭବ ଏହା ଏକ ଅଣ୍ଡା ସଦୃଶ ଥିଲା ।

ଡିଏନଏ ଟେଷ୍ଟ କରାଯାଇ ପୃଥିବୀ ପୃଷ୍ଠର ୧୦ ଲକ୍ଷ ପ୍ରଜାତିଙ୍କ ସହ ମେଳ କରାଯାଇଥିଲା । ତେବେ ଏହା କାହା ସହିତ ମେଳ ଖାଇ ନ ଥିଲା କିମ୍ବା କୌଣସି ପ୍ରକାରର କ୍ରସ ବ୍ରିଡ ନ ଥିଲା । ୨୦୧୭ରେ ପେରୁରେ ଏମାନଙ୍କ ଶବ ମିଳିଥିଲା । ସେମାନଙ୍କ ଆଙ୍ଗୁଳିରେ ୩ଟି ଲେଖାଁଏ ଆଙ୍ଗୁଳି ଓ ଶରୀର ଏବଂ ମୁଣ୍ଡ ଚେପେଟା ଥିଲା । ଅଧିକରୁ ଅଧିକ ଅନୁଧ୍ୟାନ କରିବା ପରେ ଅନେକ ତଥ୍ୟ ସମ୍ମୁଖକୁ ଆସିବ ବୋଲି ବୈଜ୍ଞାନିକମାନେ ଆଶାୟୀ ଅଛନ୍ତି ।

Leave A Reply

Your email address will not be published.