ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ ହୋଇଛି । ପାରମ୍ପରିକ ପୂଜାର୍ଚ୍ଚନା ପରେ ଗେଟ୍ ଖୋଲିଛି । ପ୍ରଥମେ ଖୋଲାଗଲା ଡ୍ୟାମର ୭ ନମ୍ବର ସ୍ଲୁଇସ୍ ଗେଟ୍ । ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ୬୧୮ ଫୁଟ ପାଣି ରହିଛି । ଡ୍ୟାମର ଜଳ ଧାରଣା କ୍ଷମତା ରହିଛି ୬୩୦ ଫୁଟ୍ । ଉପରମୁଣ୍ଡରେ ବର୍ଷା ପରେ ପ୍ରଥମ ଗେଟ୍ ଖୋଲିଛି । ଆଗକୁ ସ୍ଥିତି ଦେଖି କେତୋଟି ଗେଟ୍ ଖୋଲାଯିବ ନିଷ୍ପତ୍ତି ନେବେ ଡ୍ୟାମ୍ କର୍ତ୍ତୃପକ୍ଷ ।
ହୀରାକୁଦ ଡ୍ୟାମର ଗେଟ୍ ଖୋଲିବା ପୂର୍ବରୁ ତଳି ଅଞ୍ଚଳ ଲୋକଙ୍କୁ ସଚେତନ କରାଇଥିଲା ଜିଲ୍ଲା ପ୍ରଶାସନ । ହୀରାକୁଦ, ବୁର୍ଲା ଓ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଡାକବାଜି ଯନ୍ତ୍ର ଜରିଆରେ ସଚେତନ କରାଯାଇଥିଲା । ସେହିପରି ମହାନଦୀ ଅବବାହିକାରେ ଥିବା ଅଞ୍ଚଳଗୁଡ଼ିକୁ ଆଲର୍ଟ ରହିବା ପାଇଁ କୁହାଯାଇଥିଲା ।
BREAKING NEWS
- ଜାମ୍ମୁର କିସ୍ତୱାଡରେ ଏନକାଉଣ୍ଟର; ୩ ଜଣ ଆତଙ୍କବାଦୀଙ୍କୁ ଘେରି ରହିଛନ୍ତି ସୁରକ୍ଷା ବାହିନୀ
- ଜ୍ୟାକି ଚାନଙ୍କ ମୃତ୍ୟୁ ପରେ ରିଲିଜ ହେବ ତାଙ୍କର ଶେଷ ଗୀତ
- ହକି ଇଣ୍ଡିଆ ଲିଗ୍-୨୦୨୬: ଚମକିଲେ ଓଡ଼ିଶା ନାଭାଲ୍ ଟାଟା ହକି ଏଚ୍ପିସି କ୍ୟାଡେଟ୍
- ରାଜଧାନୀରେ ବୁଲିଲା ଖଣ୍ଡା; ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ..
- Iran Fortifies Nuclear Sites: ମାଟି ତଳେ ଇରାନର ପରମାଣୁ ବମ୍, ତାଟକା ଡୋନାଲ୍ଡ ଟ୍ରମ୍ପ୍!
- Youth Arrested: ପାକିସ୍ତାନ ପାଇଁ ଗୁଇନ୍ଦାଗିରି ପଡିଲା ମହଙ୍ଗା; ଯୁବକ ଗିରଫ
- Sunetra Pawar Oath Ceremony: NDA ସରକାରରେ ଯୋଗ ଦେବେ କି ଶରଦ ପାୱାର?, ସୁନେତ୍ରାଙ୍କ ରାଜ୍ୟାଭିଷେକ ନେଇ ଦେଲେ ବଡ଼ ବୟାନ…
- ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ନୀତି ନିର୍ଘଣ୍ଟ: ଜାଣନ୍ତୁ କେଉଁ ସମୟରେ ଉଠିବ ମହାଦୀପ…
- ଫେବୃଆରୀ ୨ ଯାଏଁ ରାଜ୍ୟରେ କୁହୁଡ଼ି ସମ୍ଭାବନା, ୪ ଯାଏଁ ଅଧିକାଂଶ ସ୍ଥାନରେ ବଢିବ ରାତି ତାପମାତ୍ରା
- ସରକାରଙ୍କ ବଡ଼ ଘୋଷଣା: ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ…
Comments are closed.