Latest Odisha News

BREAKING NEWS

ବନ୍ୟା ଜଳ ନିଷ୍କାସନ ପାଇଁ ଖୋଲିଲା ହୀରାକୁଦ ଡ୍ୟାମର ଆଉ ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ସୋମବାର ଦିନ ଆଉ ୧୫ଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ ।

ଏହା ମଧ୍ୟକୁ ସେକେଣ୍ଡ ପିଛା ୨ ଲକ୍ଷ ୫୬ ହଜାରରୁ ଅଧିକଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୧ଲକ୍ଷ ୯୮ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଥିବା ସୁତ୍ରରୁ ପ୍ରକାଶ ।

ସୂଚନାନୁଯାୟୀ ମହାନଦୀର ଉପରମୁଣ୍ଡରେ ପ୍ରବଳବର୍ଷା ଯୋଗୁଁ ଡ୍ୟାମ୍ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହି ହୀରାକୁଦ ବନ୍ଧର ଜଳ ପତ୍ତନ କ୍ଷମତା ୬୩୦ ଫୁଟ୍ ରହିଛି । ଏବେ ଏହାର ଜଳସ୍ତର ୬୧୫.୪୭ ଫୁଟ୍ ରହିଛି ।

Leave A Reply

Your email address will not be published.