Latest Odisha News

BREAKING NEWS

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୩ଟି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ଶୁକ୍ରବାର ଦିନ ଆଉ ୩ଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ।

ମିଳିଥିବା ସୂଚନାନୁଯାୟୀ ବର୍ଷା ଯୋଗୁଁ ଆଜି ସକାଳ ୯ଟା ସୁଦ୍ଧା ଏହି ଜଳଭଣ୍ଡାରର ଜଳସ୍ତର ୬୩୦ ଫୁଟକୁ ଛୁଇଁଥିଲା । ଏହା ମଧ୍ୟକୁ ସେକେଣ୍ଡ ପିଛା ୧,୫୨,୬୧୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୧,୫୨,୬୧୨ କ୍ୟୁସେକ୍ ଜଳ ମୋଟ୍ ୧୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ।

ମହାନଦୀର ଉପରମୁଣ୍ଡାରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଆଉ ଅଧିକ ଗେଟ୍ ଖୋଲିପାରନ୍ତି ବୋଲି ସୁତ୍ରରୁ ପ୍ରକାଶ ।

ଏହା ମଧ୍ୟରେ ମହାନଦୀର ଜଳ ଖଇରମାଳ ବ୍ୟାରେଜ୍ ଦେଇ ୧.୮୨ ଲକ୍ଷ କ୍ୟୁସେକ୍ ଏବଂ ବରମୂଳା ବ୍ୟାରେଜରୁ ୭୮,୦୦୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିବା ବେଳେ ସମଲ ବ୍ୟାରେଜରୁ ସେକେଣ୍ଡ ପିଛା ୭୧ ହଜାର ଜଳ ନିଷ୍କାସିତ ହେଉଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.