Latest Odisha News

BREAKING NEWS

ଆଜି ଖୋଲିବ ହୀରାକୁଦ ଗେଟ: ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଆଜି ହୀରାକୁଦ ଛାଡିବ ଚଳିତବର୍ଷର ପ୍ରଥମ ବନ୍ୟାଜଳ । ସକାଳ ୧୦ଟା ପରେ ଯେକୌଣସି ସମୟରେ ବନ୍ୟାଜଳ ଛଡ଼ାଯିବା ନେଇ ସୂଚନା । ଉପରମୁଣ୍ଡରେ ବର୍ଷା ଓ ଡ୍ୟାମକୁ ଜଳ ପ୍ରବେଶ ପାଇଁ ଆଗୁଆ ଗେଟ ଖୋଲା ଯାଉଥିବା କତ୍ତୃପକ୍ଷଙ୍କର ପକ୍ଷରୁ ସୂଚନା ଦିଆଯାଇଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ହୀରାକୁଦ ଜଳସ୍ତର । ବର୍ତ୍ତମାନ ହୀରାକୁଦ ଜଳସ୍ତର ୬୧୭.୯୫ ଫୁଟ୍ ରହିଛି।

ଏବେ ଜଳଭଣ୍ଡାରରେ ୬୧୬.୫୦ ଫୁଟ ପାଣି ରହିଛି । ପାଣିପାଗ ସୂଚନା ଅନୁଯାୟୀ ହୀରାକୁଦ ଉପର ଓ ତଳ ମୁଣ୍ଡରେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ବର୍ଷା ହେବ ।
ମହାନଦୀ ତଳିଆ ଅଂଚଳକୁ ଖାଲି କରିବାକୁ କର୍ତ୍ତୃପକ୍ଷ ୯ ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ହୀରାକୁଦ, ବୁର୍ଲା ଓ ସମ୍ବଲପୁର ମହାନଗର ନିଗମ ଅଂଚଳରେ ମାଇକ ଯୋଗେ ପ୍ରଚାର କରାଯାଉଛି ।

Leave A Reply

Your email address will not be published.