ଭୁବନେଶ୍ୱର: ଚଳିତ ସପ୍ତାହରେ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଫେରିବାର ସମ୍ଭାବନା ନେଇ ଆକଳନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ (IMD)।
ମଧ୍ୟାହ୍ନ ବୁଲେଟିନ୍ ଅନୁଯାୟୀ, ଆଗାମୀ ୫ ଦିନ ମଧ୍ୟରେ ଦିନର ତାପମାତ୍ରା ୨-୩°C ବୃଦ୍ଧି ପାଇବାର ସମ୍ଭାବନା ଅଛି।
ଅପରାହ୍ନ ୨ଟା ୩୦ ସୁଦ୍ଧା ହୀରାକୁଦ ୪୪°C ତାପମାତ୍ରାରେ ସିଝୁଥିବା ବେଳେ ଝାରସୁଗୁଡ଼ା ୪୩.୮°C ସହିତ ଦ୍ୱିତୀୟ ସ୍ଥାନରେ ରହିଛି। ତା’ପରେ ସମ୍ବଲପୁର (୪୩.୪°C) ରହିଛି। ଭୁବନେଶ୍ୱର ଏବଂ ରାଉରକେଲାରେ ୩୯.୬°C ରେକର୍ଡ କରାଯାଇଥିଲା। ସେହିପରି କେନ୍ଦୁଝରରେ ୩୮.୪°C ଥିଲା।
ଅପରପକ୍ଷରେ ମେ ୨୦ରେ ଝାରସୁଗୁଡା, ବୌଦ୍ଧ ଏବଂ ମୟୂରଭଞ୍ଜ ଏବଂ ମେ ୨୧ରେ ଝାରସୁଗୁଡା, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ବାଲେଶ୍ୱର ଏବଂ ଭଦ୍ରକରେ ପ୍ରବଳ ଗରମ ଅନୁଭୂତ ହେବ।
ମେ ୨୨ ଝାରସୁଗୁଡା, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଏବଂ ଢେଙ୍କାନାଳ। ମେ ୨୩ରେ ବୌଦ୍ଧ, ଅନୁଗୁଳ, ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ବରଗଡ, ଝାରସୁଗୁଡା ଏବଂ ବାଲାଙ୍ଗୀରରେ ମଧ୍ୟ ପ୍ରବଳ ଗରମ ନେଇ ପୂର୍ବାନୁମାନ କରାଯାଇଛି।
ବିଭାଗ ଆହୁରି ମଧ୍ୟ କହିଛି ଯେ ବଜ୍ରପାତ ସହିତ ଝଡ଼ବର୍ଷା ରାଜ୍ୟରେ ମେ ୨୫ ପର୍ଯ୍ୟନ୍ତ ଜାରି ରହିପାରେ। ଏଥିପାଇଁ ଅରେଞ୍ଜ ଏବଂ ୟେଲୋ ଆଲର୍ଟ ବିଭିନ୍ନ ଜିଲ୍ଲା ପାଇଁ ଜାରି କରାଯାଇଛି।
Comments are closed.