ଭୁବନେଶ୍ୱର: ବାଲିଅନ୍ତାର ବହୁଚର୍ଚ୍ଚିତ ସୋମ୍ୟ ହତ୍ୟାକାଣ୍ଡ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସୋମ୍ୟଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚରା କରିବା ପରେ ମୁହଁ ଖୋଲିଛନ୍ତି ସୋମ୍ୟଙ୍କୁ ପ୍ରଥମେ ଚିକିତ୍ସା କରିଥିବା ଡାକ୍ତର । ସେ କହିଛନ୍ତି ଯେ, ଆକ୍ରମଣ ଦିନ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ସୌମ୍ୟଙ୍କ ବ୍ରେନ ଡେଡ୍ ଥିଲା ।
ମୁଣ୍ଡକୁ ଅତ୍ୟଧିକ ମାଡ଼ ଯୋଗୁଁ ହୁଏତ ବ୍ରେନ ହାମରେଜ ହୋଇଥାଏ ପାରେ ବୋଲି କହିଛନ୍ତି ଡାକ୍ତର । ବାମ ପଟ ଛାତି ଉପରକୁ ଆକ୍ରମଣ ଯୋଗୁଁ ବ୍ଲିଡି ଥିଲା । ସୌମ୍ୟଙ୍କ ବିପି ନନ୍ ରେକର୍ଡବେଲ ଥିଲା । ପଲ୍ସ ମଧ୍ୟ ରେକର୍ଡ ହେଉନଥିଲା । ନାକରୁ ବ୍ଲିଡିଂ ହେଉଥିଲା । ସେଥିପାଇଁ ଇସିଜି ଯାଞ୍ଚ ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ରେଫର୍ କରାଯାଇଥିଲା ।
ହାତ ଗୋଡ ବନ୍ଧା ଅବସ୍ଥାରେ ସୌମ୍ୟ ଡାକ୍ତରଖାନାରେ ପହଞ୍ଚିଥିବା କହିଛନ୍ତି ଡାକ୍ତର । ୪ ଜଣ ପୋଲିସ ତାଙ୍କୁ ନେଇକି ଯାଇଥିଲେ । ଦେହରେ କପଡା ଅଧାକାଂଶ ଚିରି ଯାଇଥିଲା ।
ଅନ୍ୟପଟେ, କ୍ରାଇମବ୍ରାଞ୍ଚ ଟିମ୍ ଘଟଣାରେ ସମ୍ପୃକ୍ତ ଥିବା ଅନେକ ଅଭିଯୁକ୍ତଙ୍କୁ ଚିହ୍ନଟ କରିସାରିଛି । ଏହା ପରେ ଗିରଫଦାରୀ ପାଇଁ ବିଭିନ୍ନ ସ୍ଥାନରେ ରେଡ୍ ହେଉଛି । ବାଲିଅନ୍ତା ସହ ଆଖପାଖ ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଟିମ୍ ଘନଘନ ଚଢାଉ କରୁଛି । ଅଭିଯୁକ୍ତମାନଙ୍କ ଘର, ସମ୍ପର୍କୀୟଙ୍କ ଘର ଓ ସମ୍ଭାବ୍ୟ ଲୁଚିବା ସ୍ଥାନକୁ ଟାର୍ଗେଟ କରାଯାଉଛି ।