Latest Odisha News

BREAKING NEWS

୨୪ରେ ହୀରାକୁଦ ଡ୍ୟାମରୁ ନିଷ୍କାସିତ ହେବ ପ୍ରଥମ ବନ୍ୟାଜଳ: ଜଳସ୍ତର ବୃଦ୍ଧି ନେଇ ଉଦବେଗ

ସମ୍ବଲପୁର : ଜୁଲାଇ ୨୪ ତାରିଖରେ ହିରାକୁଦ ଡ୍ୟାମର ବନ୍ୟାଜଳ ପ୍ରଥମ ଥର ଲାଗି ନିଷ୍କାସିତ ହେବ ବୋଲି ହିରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଜଣାଇଛନ୍ତି ।

ହିରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ କହିଛନ୍ତି, ହୀରାକୁଦ ଜଳଭଣ୍ଡାରର ଜଳ ପତ୍ତନ ଆଜି ସକାଳ ସୁଦ୍ଧା ୬୦୭.୪୫ ଫୁଟ ରହିଥିଲା ବେଳେ ଡ୍ୟାମ ମଧ୍ୟକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୧୮ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ତେବେ ୧୬ ହଜାର କ୍ୟୁସେକ ଜଳ ନିଷ୍କାସିତ ହୋଇପାରିଛି ।

ଆସନ୍ତା ୨୪ ତାରିଖରେ ଏବର୍ଷ ପ୍ରଥମଥର ଲାଗି ବନ୍ୟାଜଳ ନିଷ୍କାସିତ ହେଉଥିଲା ବେଳେ କେତୋଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେବ ପରିସ୍ଥିତିକୁ ଲକ୍ଷ୍ୟ କରି ସେନେଇ ମୁଖ୍ୟଯନ୍ତ୍ରୀ ପରେ ସ୍ପଷ୍ଟ କରିବେ ବୋଲି କହିଛନ୍ତି ।

ହୀରାକୁଦ ଜଳଭଣ୍ଡାରର ଜଳପତ୍ତନର ସ୍ତର ସର୍ବୋଚ୍ଚ ଉଚ୍ଚତା ୬୩୦ ଫୁଟ ରହିଥିବା ବେଳେ ଏବେ ୬୦୭.୨୫ ଫୁଟ ଯାଏ ପାଣି ରହିଛି ।

ଜଳଭଣ୍ଡାରର ଜଳପତ୍ତନ ଆଗାମୀ ଦୁଇ ଦିନ ମଧ୍ୟରେ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି । କାରଣ ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଘନିଭୂତ ହୋଇଥିବା ଲଘୁଚାପ ଯୋଗୁଁ ଉପରମୁଣ୍ଡରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେଣୁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ୨୪ ତାରିଖରେ ବନ୍ୟାଜଳ ନିଷ୍କାସିତ ହେବ ବୋଲି ସ୍ଥିର ହୋଇଛି ।

Leave A Reply

Your email address will not be published.