Latest Odisha News

BREAKING NEWS

ଓଡ଼ିଶାରେ ବନ୍ୟା ଆଶଙ୍କା ଦୃଢିଭୂତ: ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ସରକାରଙ୍କ ନିର୍ଦ୍ଦେଶ ଜାରି

ଭୁବନେଶ୍ୱର : ଭାରତୀୟ ପାଣିପାଗର ସତର୍କ ସୂଚନାନୁଯାୟୀ ଆଗମୀ ୧୨ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବୃଷ୍ଟିପାତ ହେବ । ତେଣୁ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା କରି ଓଡ଼ିଶା ସରକାର ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପରିସ୍ଥିତିର ମୁକାବିଲା ଲାଗି ସଜାଗ ରହିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ବଙ୍ଗୋପସାଗରର ଉତ୍ତର ପଶ୍ଚିମ ଓଡ଼ିଶା ଉପକୂଳରେ ଲଘୁଚାପ ଘନିଭୂତ ହେବା ଯୋଗୁଁ ଝଡ଼ବର୍ଷାର ସମ୍ଭାବନା ରହିଛି । ପ୍ରବଳରୁ ପ୍ରବଳ ବର୍ଷା ରାଜ୍ୟର ଅଧିକାଂଶ ଜିଲ୍ଲାରେ ହେବ ।

ଜୁଲାଇ ୨୦ରୁ ୨୨ ତାରିଖ ମଧ୍ୟରେ କିନ୍ତୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ହେବ ବୋଲି ପାଣିପାଗ କେନ୍ଦ୍ର ରାଜ୍ୟ ପ୍ରଶାସନକୁ ସତର୍କ କରିଛନ୍ତି ।

ଏହାକୁ ଦେଖି ସ୍ପେଶାଲ ରିଲିଫ କମିଶନର ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ଚିଠି ଲେଖିଛନ୍ତି । ରାଜ୍ୟର ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବିଭାଗ ତଥା ଜିଲ୍ଲାର ଜରୁରୀ କାଳୀନ ଅପରେସନ ସେଣ୍ଟରକୁ ସଜାଗ ରହିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

ପାଣିପାଗ କେନ୍ଦ୍ରର ସୂଚନାନୁସାରେ ରାଜ୍ୟର ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଯାଜପୁର, ନୟାଗଡ଼, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ ଏବଂ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହିସବୁ ଜିଲ୍ଲା ବିଶେଷକରି ଉପକୂଳବର୍ତ୍ତି ଜିଲ୍ଲାମାନଙ୍କରେ ମତ୍ସ୍ୟଜୀବି ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରିଛନ୍ତି ପାଣିପାଗ ବିଭାଗ । ପ୍ରବଳ ବର୍ଷା ସମୟରେ ନିରାପଦ ସ୍ଥାନମାନଙ୍କରେ ରହିବାକୁ ଭାରତୀୟ ପାଣିପାଗ ବିଭାଗ ପରାମର୍ଶ କରିଛନ୍ତି ।

Leave A Reply

Your email address will not be published.