Latest Odisha News

BREAKING NEWS

କ୍ରିକେଟର ଲାଲା ଅମରନାଥଙ୍କ ଉପରେ ଫିଲ୍ମ କରିବା ନେଇ ହିରାନୀ ଆଗ୍ରହୀ

ମୁମ୍ବାଇ:ଲୋକପ୍ରିୟ ଫିଲ୍ମମେକର ରାଜକୁମାର ହିରାନୀ ଏବେ ଶାହାରୁଖ ଖାଁଙ୍କୁ ନେଇ ଡଙ୍କି ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ଚଳିତ ବର୍ଷ ଶେଷ ଭାଗରେ ରିଲିଜ ହେବ । ଡଙ୍କି ପରେ ଆଉ ଏକ ଫିଲ୍ମ କରିବା ନେଇ ହିରାନୀ ସମସ୍ତ ପ୍ରସ୍ତୁତି ଶେଷ କରି ସାରିଲେଣି । ରିପୋର୍ଟ ମୁତାବକ ଭାରତର ଷ୍ଟାର କ୍ରିକେଟର ଲାଲା ଅମରନାଥଙ୍କ ଜୀବନୀ ଉପରେ ଏହି ଫିଲ୍ମ ଆଧାରିତ ହେବ । ଏଥିରେ ଏ ଲିଷ୍ଟର ଜଣେ ଯୁବ କଳାକାର ଅଭିନୟ କରିବେ । ହିରାନୀ ତାଙ୍କ ରାଇଟିଂ ଟିମକୁ ସମ୍ପୂର୍ଣ୍ଣ ମନୋରଞ୍ଜନ ଶୈଳୀରେ ଫିଲ୍ମର ସ୍କ୍ରିପ୍ଟ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ଲାଲା ଅମରନାଥଙ୍କ ଜନ୍ମ ୧୯୧୧ରେ ହୋଇଥିଲା ।

ସେ ଭାରତ ପକ୍ଷରୁ ୨୪ ଟେଷ୍ଟ ଖେଳି ଏକ ଶତକ ଓ ୪ ଅର୍ଦ୍ଧଶତକ ମାରିଥିଲେ । ସେହିପରି ବୋଲିଂରେ ସେ ୪୫ ୱିକେଟ ଅକ୍ତିଆର କରିଥିଲେ । ୮୮ ବର୍ଷ ବୟସରେ ତାଙ୍କର ନିଧନ ହୋଇଥିଲା । ସେ ୧୮୬ ଘରୋଇ ମ୍ୟାଚ ଖେଳିଛନ୍ତି । ସେ ସମୟରେ ଆନ୍ତର୍ଜାତୀୟ କ୍ରିକେଟରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ବହୁତ ବଡ କଥା ଥିଲା ।

Leave A Reply

Your email address will not be published.