Latest Odisha News

BREAKING NEWS

କିମ୍ ଜୋଙ୍ଗ ଉନଙ୍କ ପରେ ଜୁ ହେବେ କି ଉତ୍ତର କୋରିଆ ରାଷ୍ଟ୍ରପତି ?

ନୂଆଦିଲ୍ଲୀ: ଉତ୍ତର କୋରିଆର ନିର୍ଦ୍ଦୟୀ ଶାସକ କିମ୍ ଜୋଙ୍ଗ ଉନ୍ ତାଙ୍କ ନିଷ୍ପତ୍ତି ଓ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରୁହନ୍ତି । କିନ୍ତୁ ସେ ସବୁବେଳେ ନିଜ ପାରିବାରିକ ଜୀବନକୁ ଗଣମାଧ୍ୟମ ଠାରୁ ଦୂରେଇ ରଖିଥାନ୍ତି । ଏବେ ତାଙ୍କ ଝିଅଙ୍କ ଫଟୋ ସାମ୍ନାକୁ ଆସିଛି । ମଙ୍ଗଳବାର ମିଲିଟ୍ରି ପରେଡରେ ପ୍ରଥମ ଥର କିମ୍ ଜୋଙ୍ଗ ଉନଙ୍କ ସହ ତାଙ୍କ ୯ ବର୍ଷର ଝିଅ କିମ୍ ଜୁଙ୍କୁ ଦେଖିବାକୁ ମିଳିଥିଲା ।

କିମ୍ ଜୁଙ୍କୁ ଦେଖି ଚର୍ଚ୍ଚା ହେଉଛି କିମ୍ ଜୋଙ୍ଗ, ଜୁଙ୍କୁ ଉତ୍ତରାଧିକାରୀ ଭାବେ ପ୍ରସ୍ତୁତ କରୁଛନ୍ତି । ପରଡେରେ ଉତ୍ତର କୋରିଆ ସେନା ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିଥିଲା । ଯେଉଁଥିରେ ଅଧିକାଂଶ ସଂଖ୍ୟାରେ ବାଲିଷ୍ଟିକ୍ ମିସାଇଲ୍ ଥିଲା । କିନ୍ତୁ ପରେଡରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲେ କିମ୍ ଜୁ । ଯାହାକୁ ନେଇ ଆକଳନ କରାଯାଉଛି କିମ୍ ଜୋଙ୍ଗଙ୍କ ପରେ ଜୁ ଉତ୍ତରାଧିକାରୀ ହେବେ ।

ଜୁ ହେଉଛନ୍ତି କିମ୍ ଜୋଙ୍ଗଙ୍କ ଦ୍ୱିତୀୟ ସନ୍ତାନ । ମିଲିଟ୍ରି ପରେଡରେ ସେ କଳା ରଙ୍ଗର ସୁଟ୍ ପିନ୍ଧିଥିଲେ । ରାତି ଡିନରରେ ଜୁ ବରିଷ୍ଠ ଅଧିକାରୀଙ୍କ ସହ ପିତାଙ୍କ ସାମ୍ନାରେ ବସିଥିଲେ । ଚତୁର୍ଥ ଥର ପାଇଁ କିମ ଜୋଙ୍ଗଙ୍କ ସହ ତାଙ୍କ ଝିଅ ଜୁଙ୍କୁ ସାର୍ବଜନୀନ ଭାବେ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.