Latest Odisha News

୪ର୍ଥ ଦିନରେ ଐତିହାସିକ କଟକ ବାଲିଯାତ୍ରା, ଆକୃଷ୍ଟ କରୁଛି କାଶ୍ମିରୀ ସାଲ୍…..

କଟକ: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରାର ଆଜି ହେଉଛି ୪ର୍ଥ ଦିନ। ଐତିହାସିକ  ବାଲିଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି କଟକ ସହର ।

ମିଳିଥିବା ସୂଚନା ଅନୁଯାୟୀ ୮ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରାକୁ ଚଳିତ ବର୍ଷ ଆଉ ଗୋଟିଏ ଦିନ ପାଇଁ ବୃଦ୍ଧି କରାଯାଇଛି । ଖାଦ୍ୟ ତଥା ଘରକରଣା ସାମଗ୍ରୀ ଚଳିତ ବର୍ଷର ମୁଖ୍ୟ ଆର୍କଷଣ ପାଲଟିଥିବା ବେଳେ ବିଭିନ୍ନ ଷ୍ଟଲ୍ ବୁଲି ଦେଖିବା ପାଇଁ ବାଲିଯାତ୍ରା ପଡ଼ିଆରେ ଲୋକଙ୍କର ଭିଡ଼ ଲାଗି ରହିଛି ।

ଖାସକରି ମେଳାରେ ଡ୍ରାଇ ଫ୍ଲାୱାର ଏବଂ କାଶ୍ମର ସଲର ବେଶ୍ ଚାହିଦା ରହିଛି । ମେଳାରେ ଡ୍ରାଇ ଫ୍ଲାୱାର, କାଶ୍ମିରୀ ସାଲ୍ ଏବଂ ଶାଢୀ ଭଳି ଜିନିଷକୁ ପାଇ ଗ୍ରାହକ ବେଶ୍ ଖୁସି ହୋଇଥିବା ବେଳେ ବ୍ୟବସାୟୀମାନେ ଅଧିକ ବେପାର କରି ଭଲ ଦୁଇ ପଇସା ଲାଭ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।


ଯେଉଁଗୁଡିକ ଖୁବ୍ ଆକର୍ଷଣୀୟ ହୋଇଥିବା ବେଳେ ଏଥିରେ ଜମ୍ମୁ କାଶ୍ମୀର ସ୍ବତନ୍ତ୍ର ଛାପ ଦେଖିବାକୁ ମିଳୁଛି। ପ୍ରାୟତଃ ଅନ୍ୟ ସମୟ ରେ ଏହି ଶାଢୀ ଏବଂ ସାଲ ମିଳୁ ନ ଥିବା ବେଳେ ଗୋଟିଏ ସଲର ଦର ୨୦୦ଟଙ୍କାରୁ ଆରମ୍ଭ କରି ୨୦ହଜାର ଟଙ୍କା ପଯ୍ୟନ୍ତ ରହିଛି। ସେହିପରି ଶାଢୀଗୁଜିକ ର ଦର ୫୦୦ଟଙ୍କାରୁ ଆରମ୍ଭ କରି ୧୦ହଜାର ଟଙ୍କା ପଯ୍ୟନ୍ତ ରହିଛି। ମେଳାରେ ଏସବୁର ବିକ୍ରି ବେଶ ଭଲ ହେଉଥିବାରୁ ବ୍ୟବସାୟୀ ବେଶ ଖୁସି ଥିବାବେଳେ ଗ୍ରାହକ ବିଶେଷ କରି କାଶ୍ମୀରର ପଶମିନା ସଲ ଏବଂ ଶାଢୀକୁ ଖୁବ ପସନ୍ଦ କରୁଛନ୍ତି।

ସେହିପରି ବାଲିଯାତ୍ରା ପଡିଆରେ ଗ୍ରାହକଙ୍କ ଅନ୍ୟଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଓରମାସ ଷ୍ଟଲ । ଏହି ଷ୍ଟଲରେ ଡାଲିଆ, ଜିନିଆ, ଟୁଲିପ୍ ଠାରୁ ଆରମ୍ଭ କରି ବିଭିନ୍ନ କିସମର ଫୁଲର ପସରା ମେଳିଛି । ଏଗୁଡିକ ସତସତିକା ଫୁଲ ଭଳି ଦେଖାଯାଉଛି ହେଲେ ଏସବୁ ବିଭିନ୍ନ ପ୍ରାକୃତିକ ଜିନିଷରେ ତିଆରି ଫୁଲ। ଏଗୁଡିକ କୋଲକାତାରୁ ଆସିଥିବା ବେଳେ ଏହାକୁ ଗଛର ଶୁଖିଲା ପତ୍ର ଏବଂ ବିଭିନ୍ନ ଡାଳ ଡାଳ ଏବଂ ଫୋମରୁ ମଧ୍ୟ କେତେକ ଫୁଲ ସୁନ୍ଦର ସୁନ୍ଦର ପ୍ରସ୍ତୁତ କରାଯାଇଛି ।

ଯାହାରଦର ଗୋଟିଏ କୁ ୧୦ଟଙ୍କାରୁ ଆରମ୍ଭ କରି ୩୦୦ଟଙ୍କା ପଯ୍ୟନ୍ତ ରହିଛି । ଏହି ଫୁଲଗୁଡିକ ମେଳା ବୁଲିବାକୁ ଆସୁଥିବା ଦର୍ଶକଙ୍କ ମନ କିଣି ନେଉଥିବା ବେଳେ ଏହି ଷ୍ଟଲରେ ମେଳା ଆରମ୍ଭ ହେବା କ୍ଷଣି ଲାଗୁଛି ଗ୍ରାହକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳୁଛି।

ବାଲିଯାତ୍ରା ପଡ଼ିଆରେ ପ୍ରାୟ ୧୦୦୦ରୁ ଅଧିକ ଷ୍ଟଲ ଶୋଭା ପାଉଥିବା ବେଳେ ସୁରକ୍ଷା ଓ ପରିମଳ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.