Latest Odisha News

BREAKING NEWS

ଶିବସେନା ଓ କଂଗ୍ରେସ ସହଯୋଗରେ ସରକାର ଗଢିବାକୁ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଦୃଢୋକ୍ତି

ମୁମ୍ବାଇ: ମହାରାଷ୍ଟ୍ରର ରାଜନୈତିକ ପରିସ୍ଥିତି ଏବେବି ସଙ୍କଟଜନକ ଅବସ୍ଥା ଦେଇ ଗତି କରୁଛି ।ବିଜେପି-ଶିବସେନା ମେଣ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରି ମଧ୍ୟ ସରକାର ଗଠନ କରିବାକୁ ସକ୍ଷମ ହୋଇ ପରି ନାହିଁନ୍ତି । ସମସ୍ତ ଦଳକୁ ରାଜ୍ୟପାଳ ନୂଆ ସରକାର ଗଠନ କରିବାକୁ ଡକାଇଥିଲ ମଧ୍ୟ ସମସ୍ତ ଦଳ ନିଜ ନିଜର ଅକ୍ଷମତା ପ୍ରକାଶ କରିଥିଲେ । ଏହି ଅଚଳାବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟପାଳ ରାଷ୍ଟ୍ରପତି ଶାସନ ଜାରି କରିବାକୁ ସୁପାରିଶ କରିଥିଲେ । ତେବେ ଶୁକ୍ରବାର ଦିନ ଏନସିପି ସୁପ୍ରିମୋ ଶରଦ ପାୱାର ଉଦ୍ଧବ ଠକରେଙ୍କ ଶିବସେନା ଓ କଂଗ୍ରେସ ସହ ମିଳିତ ଭାବେ ସରକାର ଗଠନ କରିବେ ବୋଲି ଏନଡି ଟିଭିରେ ପ୍ରକାଶ ।

BjdElectrycity

ଶିବସେନା, କଂଗ୍ରେସ ଓ ଏନସିପି ଏକତ୍ରୀତ ଭାବେ ମହାରାଷ୍ଟ୍ରରେ ସରକାର ଗଢିବେ। ଯାହା ଆଗାମୀ ୫ ବର୍ଷ ଯାଏଁ ସୁରୁଖୁରୁରେ ଚାଲିବ ବୋଲି ଶୁକ୍ରବାର ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ।

ଗତ ୧୨ ତାରିଖରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପାଇଁ ରାଜ୍ୟପାଳ ଭଗତ ସିଂ କୋସ୍ୟାରୀ ସୁପାରିଶ କରିଥିଲେ । ଏହାକୁ ରାଷ୍ଟ୍ରପତି ମଂଜୁରୀ ଦେବା ପରେ ରାଜ୍ୟରେ ଏବେ ରାଷ୍ଟ୍ରପତି ଶାସନ ଚାଲିଛି ।

ତେବେ ଶିବସେନା, କଂଗ୍ରେସ ଓ ଏନସିପି ମହାରାଷ୍ଟ୍ରରେ ମିଳିତ ଭାବେ ସରକାର ଗଢିବାକୁ ସହମତି ବ୍ୟକ୍ତ କରିଥିବା ବେଳେ
ଆସନ୍ତା କାଲି ଏହି ତିନିଦଳ ରାଜ୍ୟପାଳ ଭଗତ ସିଂ ଖୋସ୍ୟାରୀଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବେ ବୋଲି ସୂଚନା ମିଳିଛି ।

“ତେବେ ତିନି ଦଳର ସଙ୍ଗଠନରେ ହେଲେ ମଧ୍ୟ ଏହି ସରକାର ଆଗାମୀ ୫ ବର୍ଷ ଯାଏଁ ସୁରୁଖୁରୁରେ ଚାଲିବ ବୋଲି କହିଛନ୍ତି ଏନସିପି ନେତା ଶରଦ ପାୱାର ।

ତେବେ ମୁଖ୍ୟମନ୍ତ୍ରୀ ପଦ ଶିବସେନା ପାଖରେ ରହିବ ବୋଲି କୁହାଯାଉଥିଲେ ମଧ୍ୟ ଏ ନେଇ ସଂପୂର୍ଣ୍ଣ ସହମତି ହୋଇନଥିବା ସଂକେତ ଦେଇଛନ୍ତି ଏନସିପି ମୁଖ୍ୟ ଶରଦ ପାଓ୍ଵାର ।

ଏ ସମ୍ପର୍କରେ ଶରଦ କହିଛନ୍ତି ଯେ, ଶିବସେନା ବିଜେପି ମେଣ୍ଟରୁ ବାହାରି ଆସିଛି । ଏଣୁ ଶିବସେନାକୁ ହିଁ ମୁଖ୍ୟମନ୍ତ୍ରୀ ପଦ ମିଳିବ । କିନ୍ତୁ ଅନ୍ୟ ଦୁଇ ଦଳ (କଂଗ୍ରେସ, ଏନସିପି)ରୁ ଯଦି କୌଣସି ଦାବି ହୁଏ ତେବେ ସେ ସଂପର୍କରେ ଚିନ୍ତା କରାଯିବ । ପାଓ୍ଵାରଙ୍କ ଏହି ବକ୍ତବ୍ୟ ଦର୍ଶାଉଛି ଯେ ମୁଖ୍ୟମନ୍ତ୍ରୀ ପଦ ନେଇ ଏବେ ବି ଆଲୋଚନା ଜାରି ରହିଛି ।

ଅନ୍ୟପକ୍ଷରେ ଶିବସେନାରୁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବେ କିମ୍ବା ଦଳରୁ ଆଉ କାହାକୁ ମନୋନୀତ କରାଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.