Latest Odisha News

BREAKING NEWS

ଆଜିଠୁ ଐତିହାସିକ ବାଲିଯାତ୍ରା ଆରମ୍ଭ, ଚଳଚଞ୍ଚଳ କଟକ ସହର

କଟକ: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରା ନଭେମ୍ବର ୧୨ ତାରିଖ ତଥା ଆଜିଠାରୁ ଆରମ୍ଭ ହେଉଛି । ଯାହାଫଳରେ ଏକପ୍ରକାର ଚଳଚଞ୍ଚଳ ହୋଇପଡିଛି କଟକ ସହର ।

BjdElectrycity

ମିଳିଥିବା ସୂଚନା ଅନୁଯାୟୀ ୮ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରାକୁ ଉଦଘାଟନ କରିବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଖାଦ୍ୟ ତଥା ଘରକରଣା ସାମଗ୍ରୀ ଚଳିତ ବର୍ଷର ମୁଖ୍ୟ ଆର୍କଷଣ ପାଲଟିଥିବା ବେଳେ ବିଭିନ୍ନ ଷ୍ଟଲ୍ ବୁଲି ଦେଖିବା ପାଇଁ ବାଲିଯାତ୍ରା ପଡ଼ିଆରେ ଲୋକଙ୍କର ଭିଡ଼ ଲାଗି ରହିଛି ।

ଅଧିକ ପଢନ୍ତୁ: ‘ବାଲିଯାତ୍ରା’କୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା

ପ୍ରତିବର୍ଷ ଭଳି ଚଳିତଥର ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ରଙ୍ଗାରଙ୍ଗ ହେବ ବାଲିଯାତ୍ରା ସନ୍ଧ୍ୟା । ଏପରିକି ନିଜ ଯାଦୁରେ ଦର୍ଶକଙ୍କୁ ମତୁଆଲା କରିବାକୁ ଯାଉଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର୍ ମେହେନ୍ଦି, ସୋନା ମହାପାତ୍ର, କେକେ ଓ ଋତୁରାଜ ମହାନ୍ତି ।

ଏଥର ବାଲିଯାତ୍ରାରେ ପର୍ଯ୍ୟଟକମାନେ ରିକ୍ସା, ସାଇକେଲ୍ ସବାରୀ ସହ ବୋଟିଂର ମଧ୍ୟ ମଜା ଉଠାଇ ପାରିବେ । ଏପରିକି ପ୍ରଥମଥର ଲାଗି ପଥୋତ୍ସବର ମଧ୍ୟ ଆୟୋଜନ କରାଯାଇଛି ।

ସୂଚନାଯୋଗ୍ୟ, ଓରମାସ ପରିସରରେ ୪୦୮ଟି ଷ୍ଟଲ୍ ଖୋଲାଯାଇଛି । ସେଥିମଧ୍ୟରେ ପ୍ରାୟ ୨୫ଟି ରାଜ୍ୟ ସହିତ ଓଡିଶାର ୩୦ଟି ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ସାମିଲ ହୋଇଛନ୍ତି । ଆହୁରି ମଧ୍ୟ ତାରକାସୀ ଶିଳ୍ପ ପାଇଁ ଏକ ସ୍ୱତନ୍ତ୍ରୀ ତାକସୀ ହବ୍ ଖୋଲାଯାଇଛି ।

Leave A Reply

Your email address will not be published.