Latest Odisha News

BREAKING NEWS

ଶେଷ ହେଲା ଐତିହାସିକ କଟକ ବାଲିଯାତ୍ରା, ୯ ଦିନରେ ୨୫୦ କୋଟି ଟଙ୍କାର ବ୍ୟବସାୟ

କଟକ: ଶାନ୍ତ ହୋଇଛି ମହାନଦୀ ପଠା। ଧିମେଇ ଯାଇଛି ରଙ୍ଗ ବେରଙ୍ଗ ଆଲୋକ ସଜ୍ଜା ସାଙ୍ଗକୁ କୋଳାହଳ। ଭିଡ କମିଛି ଆଉ ଘରବହୁଡା ସାଜିଛନ୍ତି ବ୍ୟବସାୟୀ। ଐତିହାସିକ କଟକ ବାଲିଯାତ୍ରା ସରିବା ପରେ ୯ ଦିନର କୋଳାହଳ ଶାନ୍ତ ପଡ଼ିଛି। ବାଲିଯାତ୍ରା ପଡ଼ିଆରେ ଦୋକାନ ଲଗାଇଥିବା ବ୍ୟବସାୟୀ ଘର ବାହୁଡ଼ା ହୋଇଛନ୍ତି। ଏଥର ବାଲିଯାତ୍ରାରେ ରେକର୍ଡ ୨୫୦ କୋଟିରେ ପହଞ୍ଚିଛି ବ୍ୟବସାୟ। ଚଳିତ ବର୍ଷ ବାଲିଯାତ୍ରାରେ ଆକର୍ଷଣ ପାଲଟିଥିଲା ପୁରୁଣା ଫିଲ୍ମର ଶୋ’ କେସ୍, ମହାନଦୀ ପଠାରେ ବୋଟିଂ , ଡ୍ରୋନ ଶୋ’, ଲେଜର ଶୋ’ ଇତ୍ୟାଦି। ଲୋକଙ୍କ ଉତ୍ସାହକୁ ଦେଖି ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବଢାଇଥିଲେ ସରକାର।

ଗତକାଲି ଶେଷ ଦିନରେ ବାଲିଯାତ୍ରାରେ ଦେଖିବାକୁ ମିଳିଥିଲା ଅସମ୍ଭାଳ ଭିଡ଼ । ବିଭିନ୍ନ ଷ୍ଟଲରେ ନାନା ଅଫର ମଧ୍ୟ ଲଗାଇଥିଲେ ବ୍ୟବସାୟୀ। ଶେଷ ଦିନରେ ପ୍ରାୟ ୫ ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା। ୯ ଦିନରେ ୨୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାରବାର ହୋଇଥିବା କୁହାଯାଉଛି। ଓରମାସ ୪୦ କୋଟି ଟଙ୍କାର କାରବାର କରିଥିବା ଜଣାପଡ଼ିଛି। ଚଳିତବର୍ଷ ବାଲିଯାତ୍ରାରେ ୧୩ଟି ଦେଶର ହାଇକମିଶନର ଅତିଥିଭାବେ ଯୋଗ ଦେଇଥିଲେ। ଏହାସହ ବଲିଉଡ କଣ୍ଠଶିଳ୍ପୀ ସୋନୁ ନିଗମ, ସୁରେଶ ୱାଡେକର ବାଲିଯାତ୍ରାର ପ୍ରମୁଖ ଆକର୍ଷଣ ସାଜିଥିଲେ। ଗାୟିକା ଅସୀମା ପଣ୍ଡାଙ୍କୁ ନେଇ ସାମାନ୍ୟ ବିବାଦ ଉପୁଜିଥିଲା। ଏହାସହ ବାଲିଯାତ୍ରାରେ ଦୁଇ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି।

Comments are closed.