କଟକ: ଆସନ୍ତା ନଭେମ୍ବର ୨୭ରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା । ୮ ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରା ଡିସେମ୍ବର ୪ରେ ଶେଷ ହେବ । ଏନେଇ ନଭେମ୍ବର ୧୧ ତାରିଖରୁ ଆରମ୍ଭ ହେବ ପ୍ଲଟ ବୁକିଂ ପ୍ରକ୍ରିୟା ।
ବାଲିଯାତ୍ରା ସହ ସମ୍ପୃକ୍ତ ସମସ୍ତ କାର୍ଯ୍ୟ ଅନୁପାଳନ ପୂର୍ବକ ସମ୍ପାଦନ କରିବା ସହ ପ୍ରତ୍ୟେକ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି । ବର୍ଗଫୁଟ ପ୍ରତି ସର୍ବନିମ୍ନ ୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ପୃଷ୍ଠପୋଷକ ମାନଙ୍କ ପାଇଁ ୩୦ ଅକ୍ଟୋବର ରୁ ୩ ନଭେମ୍ବର ପଞ୍ଜିକରଣ ହେବ।
ଚଳିତ ବାଲିଯାତ୍ରାକୁ ଅଧିକରୁ ଅଧିକ ଆକର୍ଷଣୀୟ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବାଲିଯାତ୍ରା ପାଇଁ ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକରେ କଟକ ମହାନଗର ନିଗମ ମେୟର ସୁବାସ ଚନ୍ଦ୍ର ସିଂହ କହିଥିଲେ।
Comments are closed.