Latest Odisha News

BREAKING NEWS

ଚିକିତ୍ସା ପାଇଁ ବାପାକୁ ଟ୍ରଲିରେ ଧରି ୩୫ କିମି ବୋହିଲା ଝିଅ

ଭଦ୍ରକ: ଚିକିତ୍ସା ପାଇଁ ବାପାକୁ ଟ୍ରଲିରେ ଧରି ୩୫ କିମି ଆଣିଲା ୧୪ ବର୍ଷ ବୟସର ନାବାଳିକା ଝିଅ। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଧୁଷୁରୀ ବ୍ଲକ ନଦୀଗାଁରେ। ସୂଚନା ଅନୁସାରେ ୨୨ ତାରିଖ ଦିନ ସଂଘବଦ୍ଧ ଆକ୍ରମଣରେ ଆହତ ହୋଇଥିଲେ ବାପା। ବାପାଙ୍କ ଚିକିତ୍ସା ପାଇଁ
୧୪ ବର୍ଷୀୟା ଝିଅ ବାପାକୁ ପ୍ରଥମେ ଟ୍ରଲିରେ ବୋହି ନଦୀଗାଁରୁ ଧାମନଗର ହସ୍ପିଟାଲ ଆଣିଲା।

ଦିନକ ପରେ ଅର୍ଥାତ୍ ୨୩ ତାରିଖରେ ଆହତ ବାପାଙ୍କର ଅଧିକ ଚିକିତ୍ସା ଲାଗି ଧାମନଗରରୁ ପୁଣି ଟ୍ରଲିରେ ବାପାଙ୍କୁ ଭଦ୍ରକ ମେଡିକାଲ ଆଣିଥିଲା ଝିଅ। ହେଲେ ଏଠାରେ ଅପରେସନ ହେବ କହି ହସ୍ପିଟାଲ କର୍ତ୍ତୃପକ୍ଷ ଆଜି ଫେରାଇ ଦେଇଥିଲେ। ଭଦ୍ରକରୁ ୨ କିମି ଟ୍ରଲିରେ ଯିବା ପରେ ଟ୍ରଲିରେ ଯାଉଥିବା ବାପା-ଝିଅଙ୍କୁ ଗଣମାଧ୍ୟମ ପ୍ରତିନିଧି ଅଟକାଇଥିଲେ। ପରେ ଭଦ୍ରକ ବିଧାୟକ ଓ ଧାମନଗରର ପୂର୍ବତନ ବିଧାୟକ ଉକ୍ତ ଘଟଣାର ଖବର ପାଇଁ ତୁରନ୍ତ ଏହି ମାମଲାରେ ହସ୍ତକ୍ଷେପ କରିଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଚିକିତ୍ସା ପାଇଁ ବ୍ୟବସ୍ଥା ହେଲା। ଉଭୟ ହସ୍ପିଟାଲରେ ରହିବେ ଏବଂ ଖୁବଶୀଘ୍ର ଅପରେସନ ହେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ।

Leave A Reply

Your email address will not be published.