Latest Odisha News

BREAKING NEWS

ହିନ୍ଦୁଙ୍କ ଭାବନା ସହ ଖେଳୁଛି କି ପାକିସ୍ତାନ! ସରକାର ଭାଙ୍ଗିଲେ ବହୁ ପୁରାତନ ହିନ୍ଦୁ ମନ୍ଦିର

ନୂଆଦିଲ୍ଲୀ: ହିନ୍ଦୁମାନଙ୍କ ଭାବନା ସହ ଖେଳୁଛି କି ପାକିସ୍ତାନ! ହିନ୍ଦୁମାନଙ୍କ ଉପରେ ରାଗ ସୁଝାଉଛି କି ପାକିସ୍ତାନ! ଦୀର୍ଘ ଦିନ ଧରି ବନ୍ଦ ପଡି ରହିଥିବା ବହୁ ପୁରାତନ ହିନ୍ଦୁ ମନ୍ଦିରକୁ ଭାଙ୍ଗିଲା ପାକିସ୍ତାନ । ଖାଇବର ପଖ୍ତୁନଖୱା ପ୍ରଦେଶର ଏକ ଐତିହାସିକ ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦେଇଛି ପାକିସ୍ତାନ ।

ସୂଚନା ଅନୁସାରେ, ପାକିସ୍ତାନ-ଆଫଗାନିସ୍ତାନ ସୀମା ନିକଟରେ ଥିବା ଏକ ଐତିହାସିକ ହିନ୍ଦୁ ‘ଖାଇବର ମନ୍ଦିର’କୁ ଭାଙ୍ଗି ଦେଇଛନ୍ତି ପାକିସ୍ତାନ ସରକାର । ସେହି ସ୍ଥାନରେ ଏକ ବ୍ୟବସାୟିକ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । କୁହାଯାଏ ଯେ ଏହି ସ୍ଥାନର ମୂଳ ବାସିନ୍ଦା ୧୯୪୭ ମସିହାରେ ଭାରତ ଚାଲି ଯାଇଥିଲେ, ଯାହା ପରେ ମନ୍ଦିର ବନ୍ଦ ହୋଇଯାଇଥିଲା । ବର୍ଷ ବର୍ଷ ଧରି ଏହି ମନ୍ଦିର ବନ୍ଦ ରହିବାରୁ ଧିରେ ଧୀରେ ଏହା ଭାଙ୍ଗିବାରେ ଲାଗିଲା ।

ସୂଚନାଯୋଗ୍ୟ ଯେ, ଖାଇବର ଜିଲ୍ଲାର ଏକ ଐତିହାସିକ ହିନ୍ଦୁ ମନ୍ଦିର ହେଉଛି ଖାଇବର ମନ୍ଦିର । ୧୯୪୭ ମସିହାରେ ଭାରତ-ପାକିସ୍ତାନର ବିଭାଜନ ପରେ ଏହି ମନ୍ଦିରକୁ ବନ୍ଦ କରି ଦିଆଯାଇଥିଲା । ତେବେ ୧୯୯୨ ମସିହାରେ ଭାରତର ଅଯୋଧ୍ୟାରେ ବାବ୍ରି ମସଜିଦ ଭାଙ୍ଗିବା ପରେ ଏହି ମନ୍ଦିର ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲା ।

Leave A Reply

Your email address will not be published.