Latest Odisha News

BREAKING NEWS

ଘନଉଛି ଯୁଦ୍ଧ ଆଶଙ୍କା, ଆଗାମୀ ୪୮ ଘଣ୍ଟା ଇସ୍ରାଏଲ୍ ପାଇଁ ଗୁରୁତ୍ଵପୂର୍ଣ୍ଣ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଆଉ ଏକ ବଡ଼ ଯୁଦ୍ଧର ପଦଧ୍ବନୀ । ମୁହାଁମୁହିଁ ସ୍ଥିତିରେ ଇସ୍ରାଏଲ ଓ ଇରାନ୍‌ । ଯେକୌଣସି ମୂହୁର୍ତ୍ତରେ ହୋଇପାରେ ଆକ୍ରମଣ-ପ୍ରତିଆକ୍ରମଣ । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଇରାନ ସିଧାସଳଖ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିପାରେ। ୧୦୦ରୁ ଅଧିକ ଡ୍ରୋନ୍‌ ସହ ମିସାଇଲ ଆକ୍ରମଣ ହୋଇପାରେ। ବିଶେଷକରି ସୈନ୍ୟମାନଙ୍କୁ ଟାର୍ଗେଟ କରାଯାଇପାରେ।

ସେପଟେ ଇରାନ ଓ ଇସ୍ରାଏଲ ମଧ୍ୟରେ ଘନଉଥିବା ଯୁଦ୍ଧ ଆଶଙ୍କାକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକଙ୍କ ପାଇଁ ଟ୍ରାଭେଲ ଆଡଭାଇଜରୀ ଜାରି କରିଛି ବିଦେଶ ମନ୍ତ୍ରଣାଳୟ । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଭାରତୀୟଙ୍କୁ ଇରାନ ଏବଂ ଇସ୍ରାଏଲ ଯିବାକୁ ବାରଣ କରାଯାଇଛି । ସେହିପରି ଯେଉଁ ଭାରତୀୟମାନେ ଏବେ ଏହି ଦୁଇ ଦେଶରେ ଅଛନ୍ତି ସେମାନେ ନିଜ ସୁରକ୍ଷା ପ୍ରତି ସତର୍କ ରହିବା ସହ ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଏୟାର ଇଣ୍ଡିଆର ବିମାନ ଇରାନର ଏୟାରପୋର୍ଟ ଦେଇ ଯିବା ବନ୍ଦ କରିଦେଇଛି । ୟୁରୋପକୁ ଯାଉଥିବା ଏୟାର ଇଣ୍ଡିଆର ବିମାନଗୁଡ଼ିକ ଇରାନର ଆକାଶ ସୀମାକୁ ନ ଯାଇ ଅଧିକ ସମୟ ନେଇ ଲମ୍ବା ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି । ଆଜିଠୁ ୧୧ ଦିନ ପୂର୍ବରୁ ଅର୍ଥାତ୍ ଏପ୍ରିଲ ୧ ତାରିଖରେ ଇରାନୀୟ ଦୂତାବାସ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ ଫଳରେ ୧୩ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା । ଏହାର ପ୍ରତିଶୋଧ ନେବା ଲାଗି ଇରାନ ପ୍ରତିଜ୍ଞା କରଥିଲା। ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଇସ୍ରାଏଲ୍‌କୁ ସମର୍ଥନର ପ୍ରତିଶ୍ରୁତି ଦେଇଛନ୍ତି। ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲ୍‌ ଯୁଦ୍ଧରେ ଲିପ୍ତ ଥିବାବେଳେ ଇରାନ ଆକ୍ରମଣ କଲେ ସମ୍ଭାବ୍ୟ ଯୁଦ୍ଧର ପରିଣାମ ବିଶ୍ୱବାସୀଙ୍କୁ ଭୋଗିବାକୁ ପଡ଼ିବ ବୋଲି କୁହାଯାଉଛି।

Leave A Reply

Your email address will not be published.