Latest Odisha News

BREAKING NEWS

ଶ୍ରୀମନ୍ଦିର ମଗର ମୁଣ୍ଡ ଐତିହ୍ୟ କୀର୍ତ୍ତିରାଜି ତଳେ ପଡ଼ିବା ଘଟଣା, ସେବାୟତଙ୍କ ଅସନ୍ତୋଷ

ପୁରୀ: ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ନିକଟସ୍ଥ ମେଘନାଦ ପ୍ରାଚୀରରେ ସଂଲଗ୍ନ ମଗର ମୁଣ୍ଡ ଐତିହ୍ୟ କୀର୍ତ୍ତିରାଜିଟି ଭାଙ୍ଗି ତଳେ ପଡ଼ିଛି। ଏହାକୁ ସୁରକ୍ଷିତ ଭାବେ ନରଖିବା ଯୋଗୁଁ ସେବାୟତମାନେ ପ୍ରଶ୍ନ କରିଛନ୍ତି। ତେବେ ଏହି ମଗର ମୁଣ୍ଡଟିକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଳେ ପକାଇଦିଆଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ମଗର ମୁଣ୍ଡ ଐତିହ୍ୟ କୀର୍ତ୍ତିରାଜି ତଳେ ପଡ଼ି ରହିବା ଘଟଣାରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ସେବାୟତ । ମେଘନାଦ ପ୍ରାଚୀର ସଂଲଗ୍ନ ମଗର ମୁଣ୍ଡ ଐତିହ୍ୟ ତଳେ ପଡ଼ି ରହିଛି । ତେବେ ପାଣି ନିଷ୍କାସନ ପାଇଁ ଶ୍ରୀମନ୍ଦିର ପ୍ରଶାସନ କାଢ଼ି ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ଏଏସଆଇକୁ ଅବଗତ କରାଯାଇନି । ତେବେ ଶ୍ରୀମନ୍ଦିର ପ୍ରଶାସନକୁ ଏ ସମ୍ପର୍କରେ ଚିଠି ଲେଖାଯିବ ବୋଲି କହିଛନ୍ତି ଏଏସଆଇ ଅଧିକାରୀ । ଏଥିସହ ଐତିହ୍ୟ ସମ୍ପନ୍ନ ମଗରମୁଣ୍ଡ ପୁନଃ ସ୍ଥାପନ କରାଯିବ କହିଛନ୍ତି ଏଏସଆଇ ଅଧିକାରୀ ।

ଆଜି ସକାଳେ ପୁରୀ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟ ମେଘନାଦ ପାଚେରୀରେ ଥିବା ଏକ ଐତିହାସିକ କୀର୍ତ୍ତିରାଜିକୁ ଭଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା । ପାଚେରୀରେ ଥିବା ମଗର ମୁଣ୍ଡକୁ ଭଙ୍ଗା ଯାଇଥିବା ବେଳେ ସେଠାରେ ଏକ ବଡ଼ ପାଇପ ସଂଯୋଗ କରାଯାଇଥିବା ଦେଖିବାକୁ ମିଳିଛି । ପାଇପ ପଟେ ମନ୍ଦିର ଭିତରର ବର୍ଜ୍ୟ ଜଳ ନିଷ୍କାସିତ ହେଉଥିବା ଜଣାପଡିଛି । ତେବେ ଐତିହାସିକ କୀର୍ତ୍ତିରାଜିକୁ ଭାଙ୍ଗି ଏପରି ନିର୍ମାଣ କରିବାକୁ ନେଇ ସେବାୟତ ମହଲରେ କ୍ଷୋଭ ପ୍ରକାଶ ପାଇଛି ।

 

Comments are closed.