ଲଣ୍ଡନ: ୧୪୨ ବର୍ଷ ପରେ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ପ୍ରଥମ ଥର ପାଇଁ ଖେଳା ଯାଇଥିବା ମହିଳା କ୍ରିକେଟ ଟେଷ୍ଟରେ ଭାରତ ବିଜୟ ହାସଲ କରି ଇତିହାସ ରଚିଛି । ଇଂଲଣ୍ଡ ବିପକ୍ଷ ଏହି ସ୍ମରଣୀୟ ମ୍ୟାଚରେ ଭାରତ ୨୭୦ ବୃହତ ବ୍ୟବଧାନରେ ଜିତିଥିଲା । ସମସ୍ତ ବିଭାଗରେ ଟିମ ଇଣ୍ଡିଆର ଖେଳାଳିମାନେ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ଭାରତୀୟ ମହିଳା ଟିମର ଏହା ଦ୍ୱିତୀୟ ବୃହତ ବିଜୟ । ୨୦୨୩ରେ ଇଂଲଣ୍ଡକୁ ଭାରତ ୩୪୭ ରନରେ ହରାଇଥିଲା । ଇଂଲଣ୍ଡ ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲା । ପ୍ରଥମ ଇନିଂସରେ ଭାରତ ୨୮୫ ରନ କରିଥିଲା । ସ୍ମୃତି ମାନ୍ଧନା(୮୩), ହରମନପ୍ରୀତ କୌର(୫୮) ଓ ଦୀପ୍ତି ଶର୍ମା ୫୭ ରନ କରିଥିଲେ ।
ଜବାବରେ ଇଂଲଣ୍ଡ ଟିମ ୧୭୦ ରନରେ ଅଲଆଉଟ ହୋଇ ଯାଇଥିଲା । କ୍ରାନ୍ତି ଗୌଡ ୫ଟି ୱିକେଟ ନେଇଥିଲେ । ଇଂଲଣ୍ଡ ପକ୍ଷରୁ ଏମୀ ଜୋନ୍ସ ୫୨ ଓ ନେଟ ବ୍ରଂଟ ୪୪ ରନ କରିଥିଲେ । ପ୍ରଥମ ଇନିଂସରେ ୧୧୫ ରନର ଅଗ୍ରଣୀ ହାସଲ କରିଥିବା ଦ୍ୱିତୀୟ ଇନିଂସରେ ୭ ୱିକେଟ ବିନିମୟରେ ୩୪୧ ରନ କରି ଇନିଂସ ଘୋଷଣା କରିଥିଲା । ୟାସ୍ତିକ ଭାଟିଆ ୧୧୩, ଦୀପ୍ତି ଶର୍ମା ୫୨, ସ୍ମତି ମାନ୍ଧନା ୭୩ ଓ ଶେଫାଳୀ ବର୍ମା ୮୮ ରନ କରିଥିଲେ । ୪୫୭ ରନର ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୧୮୬ ରନରେ ଅଲଆଉଟ ହୋଇ ଯାଇଥିଲେ । ଏମୀ ଜୋମ୍ସ ୫୪ ଓ ସୋଫୀ ଏକ୍ଲାଷ୍ଟୋନ ୫୦ ରନ କରି କିଛିଟା ସଂଘର୍ଷ କରିଥିଲେ । ସ୍ନେହ ରାଣା ୪ଟି ୱିକେଟ ନେଇଥିଲେ । କ୍ରାନ୍ତି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।