ଭୁବନେଶ୍ୱର: ବିଗତ ଦିନରେ ପୃଥିବୀରେ ଏପରି ଅନେକ ପ୍ରାକୃତିକ ଘଟଣା ଘଟିଛି, ଯାହା ସମଗ୍ର ମାନବ ସଭ୍ୟତାକୁ ପ୍ରଭାବିତ କରିଛି l ସେଥିମଧ୍ୟରୁ ତମ୍ବୋରା ଆଗ୍ନେୟଗିରି ଉଦଗୀରଣ ଘଟଣା ଏକ l ଏହି ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ଘଟିବ ପରେ ମଧ୍ୟ ଅନେକ ଦିନ ପର୍ଯ୍ୟନ୍ତ ସେହିସ୍ଥାନରେ ସୂର୍ଯ୍ୟ କିରଣ ପଡିନଥିଲା। ଏଥିରେ ହଜାର ହଜାର ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା l ତେବେ ଆସନ୍ତୁ ଜାଣିବା ଏହି ଆଗ୍ନେୟଗିରି ଉଦଗୀରଣର ସମ୍ପୂର୍ଣ୍ଣ କାହାଣୀ l
ତମ୍ବୋରା ଆଗ୍ନେୟଗିରି ଉଦଗୀରଣକୁ ସର୍ବ ବୃହତ ଆଗ୍ନେୟଗିରି ଉଦଗୀରଣ ବୋଲି କୁହାଯାଏ l 1815 ମସିହା ଏପ୍ରିଲ୍ ମାସରେ ଘଟିଥିବା ଏହି ପ୍ରଳୟଙ୍କରୀ ଉଦଗୀରଣ ପ୍ରାୟ ଏକ ଲକ୍ଷ ଲୋକଙ୍କ ପାଇଁ ଏକ ଦୁଃଖ ଆଣିଦେଇଥିଲା l ଉଦଗୀରଣ ବେଳେ ଏଥିରୁ ମୁକ୍ତ ହୋଇଥିବା ପାଉଁଶ ଏତେ ମାତ୍ରାରେ ଥିଲା ଯେ ଏହା ଆଗ୍ନେୟଗିରି ଦ୍ୱାରା ପ୍ରଭାବିତ ଅଞ୍ଚଳରେ ସୂର୍ଯ୍ୟ କିରଣକୁ ପଡ଼ିବାକୁ ମଧ୍ୟ ଅବରୋଧ କରିଥିଲା l ବାସ୍ତବରେ, ଯେତେବେଳେ ତମ୍ବୋରା ଆଗ୍ନେୟଗିରି ଉଦଗୀରଣ ହୋଇଥିଲା ସେତେବେଳେ ସମଗ୍ର ଆକାଶ କଳା ପାଉଁଶରେ ପରିପୂର୍ଣ୍ଣ ହୋଇଯାଇଥିଲା l ଯେଉଁ କାରଣରୁ ସବୁଆଡେ ଅନ୍ଧକାର ଘେରି ରହିଥିଲା l ପାଉଁଶର ଏହି ଅନ୍ଧକାର ଏତେ ଗଭୀର ଥିଲା ଯେ ସୂର୍ଯ୍ୟ କିରଣ ମଧ୍ୟ ଏହାକୁ ଭେଦ କରିପାରି ନଥିଲା l
ତମ୍ବୋରା ଆଗ୍ନେୟଗିରି ଉଦଗୀରଣ ଆଗ୍ନେୟଗିରି ବିସ୍ଫୋରଣ ସୂଚକାଙ୍କର ସପ୍ତମ ସ୍ତରରେ ଥିଲା, ଯାହାକି ଆଗ୍ନେୟଗିରି ଉଦଗୀରଣର ସର୍ବୋଚ୍ଚ ସ୍ତର l କୁହାଯାଏ ଯେ ଏହି ଆଗ୍ନେୟଗିରିର ଉଦଗୀରଣ ପରେ ସେଥିରୁ ନିର୍ଗତ ପାଉଁଶ ପୁରା ଆକାଶକୁ ଆଚ୍ଛାଦନ କରିଥିଲା l ଫଳରେ ଇଣ୍ଡୋନେସିଆର ଏହି ଅଞ୍ଚଳରେ କିଛି ଦିନ ଧରି ସୂର୍ଯ୍ୟ କିରଣ ପଡ଼ିନଥିଲା l ଏହା ପରେ ଏଠାରେ ଆଗ୍ନେୟଗିରି ଥଣ୍ଡା ହେବା ସହ ଶୀତ ଆରମ୍ଭ ହେଲା l ଏହା ବ୍ୟତୀତ ସେହି ସମୟରେ ସେଠାରେ ଅମ୍ଳୀୟ ବର୍ଷା ହୋଇଥିଲା l ଯାହା ଲୋକଙ୍କ ଜୀବନକୁ ଆହୁରି ଦୁଃଖରେ ଭରି ଦେଇଥିଲା l ତାପମାତ୍ରା ହ୍ରାସ କୃଷି ଉପରେ ମଧ୍ୟ ପ୍ରଭାବ ପକାଇଲା l ବିଶେଷକରି ଆଳୁ, ମକା, ଗହମ ପରି ଫସଲ ଉତ୍ପାଦନରେ ବିରାଟ ହ୍ରାସ ହେଲା l
ସେହିପରି ଆମେରିକାର ହାୱାଇରେ ଥିବା କିଲାଉଆ ଦୁନିଆର ସବୁଠାରୁ ସକ୍ରିୟ ଆଗ୍ନେୟଗିରି ମଧ୍ୟରୁ ଅନ୍ୟତମ l 2018 ରେ, କିଲାଉଆର ଉଦଗୀରଣ ବ୍ୟାପକ ଧ୍ୱଂସ କରିଥିଲା l
Comments are closed.