Latest Odisha News

ଜାଣନ୍ତୁ ମଣି ପର୍ବତର ରହସ୍ୟ : ଯେଉଁଠି ଝୁଲା ଝୁଲୁଥିଲେ ପ୍ରଭୂ ଶ୍ରୀରାମ ଏବଂ ମାତା ସୀତା , ସ୍ମୃତିରେ ପାଳନ ହୁଏ ସାଓ୍ବନଝୁଲା ଉତ୍ସବ

ଅଯୋଧ୍ୟା : ଭାରତରେ ଅନେକ ଧାର୍ମିକ ସ୍ଥଳୀ ରହିଛି  । ସେଥିମଧ୍ୟରୁ ଅଯୋଧ୍ୟାରେ ଥିବା ମଣିପର୍ବତ ଅନ୍ୟତମ  । ପୌରାଣିକ ମତ ଅନୁଯାୟୀ ଏଠାରେ ଭଗବାନ ରାମ ଯେତେବେଳେ ମାତା ସୀତାଙ୍କୁ ବିବାହ କରି ଅଯୋଧ୍ୟା ଆସିଥିଲେ । ସେତେବେଳେ ରାଜା ଜନକ ମହାରାଜା ଦଶରଥଙ୍କୁ ଉପହାର ସ୍ବରୂପ ରେ ଅନେକ ମଣି ଦେଇଥିଲେ  । ଯାହାକୁ ରାଜା ଦଶରଥ ବିଦ୍ୟାଙ୍କୁ ଦେଇଥିଲେ। ସେଥିରେ ଏତେ ରତ୍ନ ଥିଲା ଯେ  ଥିରେ ଥିରେ ଏହା ଏକ ପର୍ବତରେ ପରିଣତ ହୋଇଥିଲା । ଆଜି ସେହି ପାହାଡକୁ ଲୋକେ  ମଣି ପର୍ବତ ନାମରେ ଜାଣନ୍ତି ।

ବିଶ୍ୱାସ କରାଯାଏ ଯେ ଏହି ମଣି ପର୍ବତ ଉପରେ ଶ୍ରାବଣ ମାସ ତୃତୀୟା ତିଥିରେ ମହା ପ୍ରଭୁ ରାମ ମାତା ସୀତାଙ୍କ ସହ ଝୁଲା ଝୁଲନ୍ତି ।  ତ୍ରୈତୟା ଯୁଗର ଏହି ପରମ୍ପରା କଳିଯୁଗରେ ମଧ୍ୟ ଚାଲି ଆସୁଛି । ଆଜି ମଧ୍ୟ ଏଠାରେ ଏହି ‘ସାୱନଝୁଲା ଉତ୍ସବ’ ମହା ସମାରୋହରେ ଅନୁଷ୍ଠିତ ହୋଇଥାଏ। ଯାହାକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟେ  । ଏହି ମଣି ପର୍ବତରୁ ସମଗ୍ର ଅଯୋଧ୍ୟା ସହର ଅବଲୋକନ କରି ହୁଏ।

ଏହି ପର୍ବତ ସହିତ ଜୈନଶାସ୍ତ୍ର, ବୌଦ୍ଧଶାସ୍ତ୍ର ଓ ରାମାୟଣର ଅନେକ ମଧୁର ସଂପର୍କ ରହିଛି। ଲୋକକଥା ଅନୁଯାୟୀ, ଲକ୍ଷ୍ମଣଙ୍କର ଶକ୍ତିଭେଦ ସମୟରେ, ହନୁମାନ ଗନ୍ଧମାର୍ଦ୍ଦନ ଧରି ଆକାଶମାର୍ଗରେ ଗଲାବେଳେ, କୌଣସି ମାୟାବୀ ରାକ୍ଷସ ଭାବି ଭରତ ତୀର ମାରି ହନୁମାନଙ୍କୁ ତଳକୁ ଖସାଇଦେଇଥିଲେ। ସେହି ସମୟରେ ଗନ୍ଧମାର୍ଦ୍ଦନର କିଛି ଅଂଶ ଏଠାରେ ଖସିପଡ଼ିଥିଲା। ତାହା ହେଉଛି ମଣିପର୍ବତ। ଏହି ପର୍ବତ ନିକଟରେ ସୁଗ୍ରୀବ ପର୍ବତ ମଧ୍ୟ ଅବସ୍ଥିତ।

Comments are closed.