Latest Odisha News

୫ ହଜାର ବର୍ଷ ପୁରୁଣା ଲିପଷ୍ଟିକର ଇତିହାସ: ପୁରୁଷମାନେ ବି କରୁଥିଲେ ବ୍ୟବହାର

ଭୁବନେଶ୍ୱର: ନାରୀ ମାନଙ୍କ ସୌନ୍ଦର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ମଧ୍ୟରୁ ଲିପଷ୍ଟିକ୍ ଅନ୍ୟତମ  । ଆଜିର ଆଧୁନିକ ଯୁଗରେ ଲିପଷ୍ଟିକର ବ୍ୟବହାର ବହୁଳ ଭାବରେ ବଢିଯାଇଛି  । ନରୀମାନେ ନିଜକୁ ଆକର୍ଷଣୀୟ କରିବା ଲାଗି ଲିପଷ୍ଟିକ୍ ଲଗାଇବାକୁ ଭୁଲୁନାହାନ୍ତି  । କିନ୍ତୁ ଆପଣ ମାନେ ଜାଣନ୍ତି କି ଏହି ଲିପଷ୍ଟିକ୍ କେବଳ ଆଜିର ଯୁଗରେ ନୁହେଁ , ୫ ହଜାର ବର୍ଷ ପୁରୁଣା ସଭ୍ୟତାରେ ନାରୀମାନେ ଲିପଷ୍ଟିକ୍ ବ୍ୟବହାର କରୁଥିଲେ । ପୂର୍ବ କାଳରେ ସେମାନେ ଫୁଲ ଓ ପତ୍ରକୁ ଗୁଣ୍ଡ କରି ତାକୁ ଓଠରେ ଲଗାଉଥିଲେ ।

ଆଜକୁ ୫ ହଜାର ବର୍ଷ ପୂର୍ବେ ସୁମେରିଆନ୍ ସଭ୍ୟତା, ମେସୋପଟାମିଆ ସଭ୍ୟତାର ମହିଳା ମାନେ ଲିପଷ୍ଟିକ୍ ବ୍ୟବହାର କରୁଥିଲେ । ଗ୍ରୀକ୍ , ମିଶର , ଜାପାନ ଓ ଭାରତ ଆଦି ସ୍ଥାନରେ ହଜାର ହଜାର ବର୍ଷ ତେଳ ଲିପଷ୍ଟିକର ପ୍ରଚଳନ ଥିଲା  । ସେ ସମୟରେ କେବଳ ମହିଳା ନୁହେଁ , ପୁରୁଷ ମାନେ ମଧ୍ୟ ଲିପଷ୍ଟିକ ବ୍ୟବହାର କରୁଥିଲେ । ଆଉ ପୁରୁଣା ସଭ୍ୟତାରେ ଲିପଷ୍ଟିକ୍ ତିଆରି ବେଳେ କୌଣସି କେମିକାଲର ବ୍ୟବହାର ହେଉନଥିଲା  । ଏଥିରେ ବହୁ ପ୍ରକାର ଔଷଧିୟ ସାମଗ୍ରୀ ମିଶୁଥିଲା । କିନ୍ତୁ ଯଦି ଆମେ ମଧ୍ୟଯୁଗ କଥା ଦେଖିବା ତେବେ ସେତେବେଳେ ଲିପଷ୍ଟିକର ପ୍ରଚଳନ ନଥିଲା  । କାରଣ ସେହି ସମୟରେ ଲୋକଙ୍କର ବିଶ୍ବାସ ଥିଲା ଯେ ଯେଉଁ ମହିଳାମାନେ ଲାଲ ଲିପଷ୍ଟିକ୍ ଲଗାନ୍ତି , ସେମାନେ ଗୁଣିଗାରେଡିରେ ଲିପ୍ତ ରୁହନ୍ତି ।

ତେବେ ଷୋଡଶ ଶତାଦ୍ଦୀରେ ପୁନର୍ବାର ଫେରିଥିଲା ଲିପଷ୍ଟିକ୍ । ଇଂଲଣ୍ଡର ରାଣୀ ଏଲିଜାବେଥଙ୍କ ସମୟରେ ମହିଳାମାନେ ପୁଣି ଲିପଷ୍ଟିକ ଲଗାଇବା ଆରମ୍ଭ କରିଥିଲେ ।  କାରଣ ରାଣୀ ଏଲିଜାବେଥଙ୍କର ଲିପଷ୍ଟିକ ବହୁତ ପସନ୍ଦ ଥିଲା  । ହେଲେ ସେହି ସମୟରେ ଲିପଷ୍ଟିକ୍ କେବଳ ଧନୀ ଶ୍ରେଣୀର ଲୋକେ ବ୍ୟବହାର କରୁଥିଲେ । କୁହାଯାଏ ୧ ହଜାର ବର୍ଷ ପୂର୍ବେ ଚୀନରେ ପ୍ରଥମେ ମହମର ଲିପଷ୍ଟିକ୍ ଆରମ୍ଭ ହୋଇଥିଲା । ଆଗେ ମହିଳା ମାନେ କେବଳ ଲାଲ୍ ଲିପଷ୍ଟିକ୍ ବ୍ୟବହାର କରୁଥିଲେ  ।

କିନ୍ତୁ ଏବେ ବଜାରରେ ବିଭିନ୍ନ ରକମର ଲିପଷ୍ଟିକ୍ ଆସିଲାଣି , ତାହା ପୁଣି ବିଭିନ୍ନ ଫ୍ଲେଭରର  । ବତ୍ତର୍ମାନ ମାର୍କେଟରେ ମ୍ୟାଟ୍ ଲିପଷ୍ଟିକର ଚାହିଦା ଅଧିକ ରହିଛି ।୨୦୦୦ ମସିହା ପରଠାରୁ  ଲିପଷ୍ଟିକ୍ ମହିଳା ମାନଙ୍କର ମୁଖ୍ୟ ପ୍ରସାଧନ ସାମଗ୍ରୀ ପାଲଟିଯାଇଛି  । ଲିପଷ୍ଟିକ୍ ବିନା ମେକଅପର କଳ୍ପନା କରିବା ବି ମହିଳାଙ୍କ ପାଇଁ ମୁସ୍କିଲ  । ବରଂ ଏବେ ଏହା ଏକ ଜରୁରୀ ସୌନ୍ଦର୍ଯ୍ୟ ସାମ୍ରଗୀ ପାଲଟିଯାଇଛି ।

 

Comments are closed.