Latest Odisha News

ଭାରସାମ୍ୟ ହରାଇ ଘରେ ପଶିଲା ହାଇୱା, ଡ୍ରାଇଭର ଓ ହେଲପର୍ ଗୁରୁତର

ସାଲେପୁର : କଟକ ଜିଲ୍ଲା ସାଲେପୁର ବ୍ଲକ୍ ନିଶ୍ଚିନ୍ତକୋଇଲି ପଞ୍ଚାୟତ ପ୍ରହ୍ଲାଦ କଲେଜ ଛକ ନିକଟରେ ଏକ ହାଇୱା ଭାରସାମ୍ୟ ହରାଇ ନିକଟସ୍ଥ ଏକ ଘରକୁ ଧକ୍କା ଦେଇଛି ।

ଫଳରେ ହାଇୱା ଧକ୍କାରେ ଘରର କାନ୍ଥ ଭାଙ୍ଗି ଯିବା ସହ ଏଥିରେ ହାଇୱାର ଡ୍ରାଇଭର ଓ ହେଲପର୍ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ କେନ୍ଦ୍ରାପଡାରୁ କଟକ ଅଭିମୁଖେ ଯାଉଥିବା ଏହି ହାଇୱାଟି କୌଣସି କାରଣବଶତଃ ଭାରସାମ୍ୟ ହରାଇବାରୁ ଡମ୍ବରୁଧର ନାମକ ଜଣେ ବ୍ୟକ୍ତିଙ୍କ ଘର ମଧ୍ୟରେ ପଶି ଯାଇଥିଲା।

ଏହି ଦୁର୍ଘଟଣାରେ ଘରର କାନ୍ଥ ଭାଙ୍ଗିଯିବା ସହ ଘର ମଧ୍ୟରେ ଥିବା ବିଭିନ୍ନ ଜିନିଷ ପତ୍ର କ୍ଷତିଗ୍ରସ୍ତ ହୋଇଥିବା ନେଇ ଜଣାପଡିଛି ।

ଗଣମାଧ୍ୟମକୁ ସୂଚନା ଦେଇ ଘର ମାଲିକ କହିଛନ୍ତି ଯେ, ଦୁର୍ଘଟଣା ବେଳେ ପରିବାରର ୫ ଜଣ ସଦସ୍ୟ ଅନ୍ୟ ରୁମରେ ଶୋଇଥିଲେ। ଫଳରେ ସୌଭାଗ୍ୟ ବଶତଃ ଉକ୍ତ ଘରର ସଦସ୍ୟମାନଙ୍କର କୌଣସି କ୍ଷତି ହୋଇନାହିଁ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଡ୍ରାଇଭର ପ୍ରଭାତ ଓ ହେଲପର ପ୍ରମୋଦକୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରବର୍ତ୍ତୀ ସମୟରେ ସ୍ୱାସ୍ଥାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.