Latest Odisha News

BREAKING NEWS

ସୁନ୍ଦରଗଡ: ଖଜୁରୀ ରସ ପିଇ ୫ ଜଣ ଅସୁସ୍ଥ

ସୁନ୍ଦରଗଡ : ସୁନ୍ଦରଗଡ ଜିଲା ବଣାଇ ଥାନା ଅନ୍ତର୍ଗତ ସାତକୁଦ ଗ୍ରାମରେ ଖଜୁରୀ ରସ ପିଇ ମଙ୍ଗଳବାର ରାତିରେ ପାଖାପାଖି ୫ ଜଣ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଖଜୁରୀ ରସ ପିଇ ଗତକାଲି ରାତିରେ ଜଣେ ସ୍କୁଲ ଛାତ୍ରଙ୍କ ସମେତ ଗ୍ରାମର ୫ଜଣ ବ୍ୟକ୍ତି ଖଜୁରୀ ରସ ପିଇଥିଲେ । ଏହି ରସ ପିଇବା ପରେ ସେମାନେ ଅଚାନକ ଅସୁସ୍ଥ ହୋଇପଡିଥିଲେ।

ଅନ୍ୟପକ୍ଷରେ ଅସୁସ୍ଥ ବ୍ୟକ୍ତିମାନଙ୍କୁ ସଙ୍ଗେସଙ୍ଗେ ପରିବାର ବର୍ଗ ଚିକିତ୍ସା ନିମନ୍ତେ ବଣାଇ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ପରବର୍ତ୍ତୀ ସମୟରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ରାଉରକେଲା ସରକାରୀ ହସ୍ପିଟାଲକୁ ସ୍ଥାନ୍ତରିତ କରାଯାଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.