Latest Odisha News

ସୁରକ୍ଷାକର୍ମୀଙ୍କ ଗୁଳିଲେ ହିଜ୍‌ବୁଲ ମୁଜାହିଦ୍ଦିନ ସଂଗଠନର କମାଣ୍ଡର ନିହତ

ଶ୍ରୀନଗର: ହିଜ୍‌ବୁଲ ମୁଜାହିଦ୍ଦିନ ସଂଗଠନର ଗତିବିଧିକୁ ପଣ୍ଡ କଲା ସୁରକ୍ଷାବଳ। ସୋମବାର ଜମ୍ମୁ-କାଶ୍ନୀର ପୁଞ୍ଛ ସେକ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ହିଜ୍‌ବୁଲ ମୁଜାହିଦ୍ଦିନ ସଂଗଠନର କମାଣ୍ଡର ନିହତ। ମୃତକ ଜଣକ ପୁଞ୍ଛ ଜିଲ୍ଲାର ମୁନୀର ହୁସେନ ବୋଲି ଜଣାପଡି଼ଛି।

ହୁସେନ ଜମ୍ମୁ କାଶ୍ମୀରରେ ବିଭିନ୍ନ ସମୟରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଏବଂ ହିଜ୍‌ବୁଲ ମୁଜାହିଦ୍ଦିନ ସଂଗଠନ ପ୍ରତିଷ୍ଠାତା ସଇଦ ସାଲାଉଦିନର ମୁଖ୍ୟ ସହଯୋଗୀ ଥିଲା। ସୁରକ୍ଷାକର୍ମୀଙ୍କ କହିବା କଥା ହେଲା ପୋଲିସ ଓ ସେନାର ମିଳିତ ଅପରେସନରେ ଏହି ସଂଗଠନର ଅନୁପ୍ରବେଶକୁ ବିଫଳ କରିଥିଲେ। ଏଥିସହ ସେନା ଏବଂ ଜମ୍ମୁ କାଶ୍ମୀର ଦ୍ୱାରା ମିଳିତ ଭାବେ ଅନୁପ୍ରବେଶ ବିରୋଧୀ ଅପରେସନ୍ ସମୟରେ ଦୁଇ ଅନୁପ୍ରବେଶକାରୀଙ୍କ ଉପରେ ଗୁଳି ଚଳାଇଥିଲେ। କିନ୍ତୁ ଅନ୍ୟ ଜଣଙ୍କୁ ଗୁଳି ବାଜିଥିଲା ନା ନାହିଁ ସେ ନେଇ କୌଣସି ସୂଚନା ମିଳିନାହିଁ।

ସେନାଙ୍କ ସୂଚନା ଅନୁଯାୟୀ ମୁନୀର ହୁସେନ ୧୯୯୩ରେ ପିଓକେ ଯାଇ ଅସ୍ତ୍ରଚାଳନା ତାଲିମ ନେବା ସହ ୧୯୯୮ରେ ସେଠାରୁ ପ୍ରର୍ତ୍ତ୍ୟାବର୍ତ୍ତନ କରିଥିଲା। କିଛି ଦିନ ତଳେ ହିଜ୍‌ବୁଲ ସଂଗଠନର ଏକ ଉଚ୍ଚସ୍ତରୀୟ ବୈଠକ ଇସଲାମବାଦଠାରେ ଅନଷ୍ଠିତ ହୋଇଥିଲା। ଏଥିରେ ହୁସେନ ଯୋଗ ଦେଇଥିଲା। ଜମ୍ମୁ କାଶ୍ମୀରର ରଜୌରୀ ଓ ପୁଞ୍ଛ ସେକ୍ଟରରେ ଆତଙ୍କବାଦ ଘଟଣା ଘଟାଇବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

Comments are closed.