Latest Odisha News

BREAKING NEWS

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ଉବୈଦ

ହିନ୍ଦୱାଡା: ଜମ୍ମୁ-କଶ୍ମୀରରେ ବୁଧବାର ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ହାତ ଲାଗିଛି । ହିଜବୁଲ ମୁଜାହିଦ୍ଦିନର ଟପ କମାଣ୍ଡର ତଥା କୁଖ୍ୟାତ ଆତଙ୍କବାଦୀ ମେହରାଜୁଦ୍ଦିନ ଓରଫ ଉବୈଦ ପୋଲିସ ଏନକାଂଉଟରରେ ମୃତ୍ୟୁବରଣ କରିଛି । ଆଇଜିପି ବିଜୟ କୁମାର ଏହି ସୂଚନା ଦେବା ସହ ଏହା ପୋଲିସର ଏକ ବଡ ସଫଳତା ବୋଲି କହିଛନ୍ତି ।

ଘାଟିରେ ଅନେକ ନାରକୀୟ ଘଟଣା ଉବୈଦ ରଚିଥିଲା । ପୂର୍ବରୁ ୨ ଜୁଲାଇରେ ପୁଲୱାମାରେ ସୁରକ୍ଷାକର୍ମୀ ଗୁଳିରେ ୫ ଆତଙ୍କବାଦୀ ଟଳିଥିଲେ । ସୁରକ୍ଷାକର୍ମୀଙ୍କ କଡା ଆକ୍ସନ ଯୋଗୁ ଘାଟିରେ ଆତଙ୍କବାଦୀଙ୍କ ମଧ୍ୟରେ ଭୟ ସୃଷ୍ଟି ହେବାରେ ଲାଗିଛି ।

Leave A Reply

Your email address will not be published.