Latest Odisha News

BREAKING NEWS

୫୦ ବର୍ଷ ପରେ ନିଜ ନାଁ ବଦଳାଇଲେ ରାଜପାଲ

ମୁମ୍ବାଇ: ନାଁ ବଦଳାଇଲେ ଅଭିନେତା ରାଜପାଲ ଯାଦବ। ନିକଟରେ ଏକ ସାକ୍ଷାତକାରରେ ରାଜପାଲ ଯାଦବ ତାଙ୍କ ନାମ ପରିବର୍ତ୍ତନ କରିବାର କାରଣ ମଧ୍ୟ ପ୍ରକାଶ କରିଥିଲେ। ସେ ଅନେକ ବଲିଉଡ୍‌ ମୁଭିରେ କାମ କରିଛନ୍ତି। ତାଙ୍କର କମିକ୍‌ ଟାଇମିଙ୍ଗ୍‌ ପାଇଁ ସେ ବେଶ୍‌ ଜଣାଶୁଣା। ହଙ୍ଗାମା, ଭୁଲ୍‌ ଭୁଲେୟା, ଚୁପ୍ ଚୁପ୍‌ କେ ଏବଂ ଫିର୍‌ ହେରା ଫେରି ଭଳି ଚଳଚ୍ଚିତ୍ରରେ ନିଆରା ଭୂମିକା ପାଇଁ ସେ ଲୋକପ୍ରିୟତା ହାସଲ କରିଛନ୍ତି।

ଗଲା ମାର୍ଚ୍ଚ ୧୬ରେ ସେ ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ୫୦ ତମ ଜନ୍ମଦିନରେ ଅଭିନେତା ତାଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ନାଁକୁ ନିଜ ନାମରେ ଯୋଡିବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜପାଲ ଯାଦବ ଭାବରେ ଜଣାଶୁଣା ଅଭିନେତା ତାଙ୍କ ନାମ ପରିବର୍ତ୍ତନ କରି ରାଜପାଲ ନୌରଙ୍ଗ ଯାଦବଙ୍କ ରଖିଛନ୍ତି। ସେ କହିଛନ୍ତି ଯେ ତାଙ୍କ ପିତା କିପରି ତାଙ୍କ ପାଇଁ ସର୍ବଦା ପ୍ରେରଣା ରହିଆସିଛନ୍ତି।

Leave A Reply

Your email address will not be published.