Latest Odisha News

ପଦକଠାରୁ ୨ ପାଦ ଦୂରରେ ଭାରତୀୟ ହକି ଟିମ

ପ୍ୟାରିସ: ଭାରତୀୟ ହକି ଟିମ ପ୍ୟାରିସ ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ ଜାରୀ ରଖି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଦଳ ଏବେ ପଦକ ହାସଲଠାରୁ ୨ ପାଦ ଦୂରରେ ରହିଛି । ଚଳିତ ଅଲିମ୍ପିକ୍ସରେ ବେଲଜିୟମ ବ୍ୟତୀତ ଟିମ ଇଣ୍ଡିଆ ଅନ୍ୟ କାହାଠାରୁ ପରାଜିତ ହୋଇନି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ୫୨ ବର୍ଷ ପରେ ଦଳ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇବାରେ ସଫଳ ହୋଇଛି । ଗତ ସଂସ୍କରଣରେ ବ୍ରୋଞ୍ଜ ପଦକ ଜିତିବା ଏବଂ ଏଥର ଅଷ୍ଟ୍ରେଲିଆକୁ ହରାଇବା ଦଳର ମନୋବଳକୁ ନିଶ୍ଚିତ ଭାବେ ବୃଦ୍ଧି କରିଛି । ଗତ ଥର ମଧ୍ୟ ବ୍ରିଟେନକୁ ହରାଇ ଭାରତ ସେମିଫାଇନାଲରେ ପ୍ରବେଶ କରିଥଲା । ଏଥର ଏହି କାହାଣୀର ପୁନରାବୃତି ହେବ ବୋଲି ଆଶା କରାଯାଉଛି ।

ଏହି ମ୍ୟାଚରେ ବିଜୟୀ ହେଲେ ଟିମ ଇଣ୍ଡିଆ ସେମିକୁ ଉନ୍ନୀତ ହେବେ । ଫର୍ମ ବିଚାରକୁ ନେଲେ ବ୍ରିଟେନ ବାଧା ଭାରତ ଅତିକ୍ରମ କରିବାରେ ବିଶେଷ ଅସୁବିଧା ହେବନି ବୋଲି ଅନୁମାନ କରାଯାଉଛି । ଅଗଷ୍ଟ ୪ରେ ସମସ୍ତ କ୍ୱାର୍ଟର ଫାଇନାଲ ମୁକାବିଲା ଖେଳାଯିବ । ଭାରତ-ବ୍ରିଟେନ ମ୍ୟାଚ ପରେ ବେଲଜିୟମ-ସ୍ପେନକୁ, ନେଦରଲାଣ୍ଡ-ଅଷ୍ଟ୍ରେଲିଆକୁ ଓ ଜର୍ମାନୀ-ଆର୍ଜେଂଟିନାକୁ ଭେଟିବ । ଭାରତ ସେମିରେ ଜର୍ମାନୀ-ଆର୍ଜେଂଟିନା ମଧ୍ୟରେ ହେବାକୁ ଥିବା ମ୍ୟାଚର ବିଜେତାକୁ ଭେଟିବ ।

Comments are closed.