Latest Odisha News

BREAKING NEWS

କାଲିଠୁ କଳିଙ୍ଗ ଷ୍ଟାଡିୟମରେ ହକି ଫିଭର

ଭୁବନେଶ୍ବର : ଆସନ୍ତାକାଲିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ହକି ଇଣ୍ଡିଆ ଜୁନିଅର ଓ ସବ-ଜୁନିଅର ମହିଳା ଏକାଡେମୀ ନ୍ୟାସନାଲ ଚାମ୍ପିଅନସିପ । ହକି ଇଣ୍ଡିଆ ଓ ଓଡ଼ିଶା ନାଭାଲ ଟାଟା ହକି ଏକାଡେମୀର ମିଳିତ ଆନୁକୂଲ୍ୟରେ ଏହି ଚାମ୍ପିଅନସିପ୍ ଆୟୋଜିତ ହେବ । ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

୨୬ ତାରିଖ ଯାଏଁ ଚାଲିବାକୁ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୪ଟି ଦଳ ଅଂଶଗ୍ରହଣ କରିବେ । ପ୍ରତିଯୋଗିତାରେ ୧୪ଟି ଟିମ୍ ଶ୍ରେଷ୍ଠ ସମ୍ମାନ ପାଇଁ ପ୍ରତିଦ୍ବନ୍ଦିତା କରିବାକୁ ଥିବା ବେଳେ, ୧୦ଟି ଦଳ ସବ-ଜୁନିଅର ମହିଳା ଏକାଡେମୀ ଜାତୀୟ ଚାମ୍ପିଅନସିପରେ ପ୍ରତିଦ୍ବନ୍ଦିତା କରିବେ । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସବ୍-ଜୁନିଅର ପ୍ରତିଯୋଗିତା ଚାଲିବ । ସେହିପରି ୨୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ ଜୁନିଅର ପ୍ରତିଯୋଗିତା ।

Leave A Reply

Your email address will not be published.