Latest Odisha News

ସିଲଭର ସ୍କ୍ରିନକୁ ଫେରିବେ ଈଶା ଦେଓଲ

ମୁମ୍ବାଇ: ଧର୍ମେନ୍ଦ୍ର ଏବଂ ହେମା ମାଳିନୀଙ୍କ କନ୍ୟା ଈଷା ଦେଓଲ ପୁନର୍ବାର ସିଲଭର ସ୍କ୍ରିନକୁ ଫେରିବା ପାଇଁ ନିଷ୍ପତି ନେଇଛନ୍ତି । ତାଙ୍କ ନିକଟରେ ଅନେକଗୁଡିଏ ଅଫର ଥିଲେ ମଧ୍ୟ ସେ ସ୍କିପ୍ଟ ପଢ଼ିସାରିବା ପରେ କେଉଁ ଫିଲ୍ମ ସାଇନ କରିବେ ତାହା ସ୍ଥିର କରିବେ । ଈଶାଙ୍କ ଦୁଇଟି ଝିଅ ରାଧ୍ୟା ଓ ମିୟାରା ଅଛନ୍ତି । ଲକଡାଉନ ସମୟରେ ସେ ଅମ୍ମା ମିୟାଁ ନାମକ ଏକ ବହି ଲେଖି ବେଶ୍ ବାହା ବା ଲୁଟିଥିଲେ । ଏଥିରେ ଛୋଟ ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ରେସିପି ରହିଥିଲା ।

୨୦୦୨ରେ ଅଫତାବ ଶିବଦାସାନୀଙ୍କ ସହ କୋଇ ମେରେ ଦିଲ ସେ ପୁଛୋ ଫିଲ୍ମ ମାଧ୍ୟମରେ ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ନା ତୁମ ଜାନୋ ନା ହମ, କ୍ୟା ଦିଲ ନେ କହା, କୁଛ ତୋ ହେ, ଏଲଓସି କାରଗିଲ ଓ ଧୂମ ପରି ଅନେକ ଫିଲ୍ମରେ ଅଭିନୟ କରିଥିଲେ । ୨୦୧୨ରେ ସେ ଭରତ ତଖତାନୀଙ୍କୁ ବିବାହ କରିଥିଲେ । ଏହା ପରେ ସେ ଫିଲ୍ମରୁ ଦୂରେଇ ଯାଇଥିଲେ ।

Leave A Reply

Your email address will not be published.