Latest Odisha News

ଓଡ଼ିଶାରେ ଅନୁଷ୍ଠିତ ହେବ ହକି ଇଣ୍ଡିଆ ଲିଗ୍

ଭୁବନେଶ୍ୱର: ଚଳିତବର୍ଷ ହକି ଇଣ୍ଡିଆ ଲିଗ୍ ଓଡ଼ିଶାରେ ଅନୁଷ୍ଠିତ ହେବ । ଏଥର ପ୍ରଥମଥର ପାଇଁ ହକି ଇଣ୍ଡିଆ ଲିଗ୍ ରେ ଉଭୟ ପୁରୁଷ ଏବଂ ମହିଳା ହକିଦଳ ଅଂଶଗ୍ରହଣ କରିବେ । ଆସନ୍ତା ୨୮ ଡିସେମ୍ବରରୁ ୦୧ ଫେବୃଆରୀ, ୨୦୨୫ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏଥିସହ ଓଡ଼ିଶାର ରାଉରକେଲାରେ ଥିବା ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ ଠାରେ ପୁରୁଷ ହକି ଇଣ୍ଡିଆ ଲିଗ୍ ଆୟୋଜନ ହେବ ।

ଚଳିତବର୍ଷର ହକି ଇଣ୍ଡିଆ ଲିଗ୍ ରେ ଓଡିଶାରୁ ଉଭୟ ପୁରୁଷ ଏବଂ ମହିଳା ହକିଦଳ ଅଂଶଗ୍ରହଣ କରିବେ । ଓଡ଼ିଶା ପୁରୁଷ ହକିଦଳର ଓନରସିପ୍ ବେଦାନ୍ତ ଲିମିଟେଡ଼ ପାଖରେ ରହିଥିବା ବେଳେ ମହିଳା ଟିମ୍ ର ଓନରସିପ୍ ନବୋୟମ୍ ସ୍ପୋର୍ଟ୍ସ ଭେନ୍‌ଚର୍ସ ପ୍ରାଇଭେଟ୍ ଲିମିଟେଡ଼ ପାଖରେ ରହିଛି ।

ପ୍ରକାଶଯୋଗ୍ୟ ଯେ, ଏଥର ପ୍ରଥମଥର ପାଇଁ ମହିଳା ହକିଦଳ, ହକି ଇଣ୍ଡିଆ ଲିଗ୍ ରେ ସାମିଲ୍ ହୋଇଥିବାବେଳେ ଓଡିଶାରୁ ମଧ୍ୟ ମହିଳା ହକିଟିମ୍ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ । ଏହା ଓଡ଼ିଶାର ସମସ୍ତ ହକି କ୍ରୀଡାବିତ୍ ମାନଙ୍କପାଇଁ ଗର୍ବ ଓ ଗୌରବର ବିଷୟ । ଟୁର୍ଣ୍ଣାମେଣ୍ଟରେ ମହିଳା ଦଳ ସାମିଲ୍ ହେବା ଦ୍ୱାରା ମହିଳା କ୍ରୀଡ଼ାବିତ୍‌ମାନେ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ଏକ ଉତ୍କୃଷ୍ଟ ପ୍ଲାଟଫର୍ମ ପାଇପାରିବେ ଏବଂ ଏହା ଆଗାମୀ ଭବିଷ୍ୟତର ସମସ୍ତ ଯୁବ କ୍ରୀଡ଼ାବିତ୍ ମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି । ଏଥିସହ ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ହକି ଇଣ୍ଡିଆ ଲିଗ୍ (ପୁରୁଷ ବର୍ଗ)ର ମ୍ୟାଚ୍‌ ଦେଖିବା ପାଇଁ ଦେଶ ବିଦେଶରୁ ଅନେକ ହକି ପ୍ରେମୀ ଏକତ୍ରିତ ହେବାର ଆଶା କରାଯାଉଛି।

Leave A Reply

Your email address will not be published.