ଭୁବନେଶ୍ୱର: ଡିସେମ୍ବର ୨୮ରେ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଇଣ୍ଡିଆ ଲିଗ୍ (ଏଚଆଇଏଲ୍) ୨୦୨୪-୨୫ ଓପନିଂ ମ୍ୟାଚ୍ ଉଦଘାଟନୀ ଉତ୍ସବରୁ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ ‘ଭାରତୀୟ ହକି କା ଜଶନ୍’ ଥିମ୍ ରେ ଗ୍ରାଣ୍ଡ ସେଲିବ୍ରେସନ ହେବ । ଏଥିରେ ଭାରତୀୟ ଶ୍ରେଷ୍ଠ ସେଲିବ୍ରିଟି ତାଙ୍କର ଚମତ୍କାର ଡ୍ୟାନ୍ସ ପ୍ରଦର୍ଶନ କରିବେ ।
ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଏବଂ ପ୍ରସିଦ୍ଧ ସିଙ୍ଗର କିଙ୍ଗ ତାଙ୍କର ଚମତ୍କାର ପ୍ରଦର୍ଶନ ସହିତ ଶୀତୁଆ ସନ୍ଧ୍ୟାରେ ଦର୍ଶକଙ୍କୁ ମତୁଆଲା କରିବେ । ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଶିଆମାକ୍ ଡାଭର୍ ଡ୍ୟାନ୍ସ ଟ୍ରୁପ୍ ଗତିଶୀଳ କୋରିଓଗ୍ରାଫି ସହିତ ମଞ୍ଚକୁ ଜୀବନ୍ତ କରିବା ସହିତ ଏକ ହୈ ଏନର୍ଜି ମୁହୂର୍ତ୍ତ ସୃଷ୍ଟି କରିବ । ଯାହା ଆଗାମୀ ଲିଗ୍ ପାଇଁ ରୋମାଞ୍ଚକର ସୃଷ୍ଟି କରିବ ।
ଏହି ସନ୍ଧ୍ୟାରେ ଅନ୍ୟ ଏକ ଆକର୍ଷଣ ହେଉଛି ଆନାମର୍ଫିକ୍ ଫ୍ଲୋର୍ ପ୍ରୋଜେକସନ ମ୍ୟାପିଂ, ଷ୍ଟାଡିୟମ୍ ଫ୍ଲୋରରେ ପ୍ରୋଜେକ୍ଟ ହୋଇଥିବା 3D ଭ୍ରାନ୍ତି ସହିତ ପ୍ରଶଂସକଙ୍କ ପାଇଁ ଏକ ଭିଜୁଆଲ୍ ଇମର୍ସିଭ୍ ଅନୁଭୂତି ପ୍ରଦାନ କରିବ ।
ପ୍ରଶଂସକମାନଙ୍କୁ ଆକର୍ଷିତ କରିବା ପାଇଁ, ଉଭୟ ଉଦ୍ଘାଟନୀ ସମାରୋହ ଏବଂ ସମସ୍ତ ଲିଗ୍ ୨୦୨୪-୨୫ ମ୍ୟାଚ୍ ପାଇଁ ରାଉରକେଲାରେ ଦର୍ଶକଙ୍କ ପ୍ରବେଶ ମାଗଣା ରହିବ । ଏହା ଦ୍ବାରା ପ୍ରଶଂସକଙ୍କ ମନରେ ହକି ପ୍ରତି ଭଲପାଇବା ଆହୁରି ବଢାଇବ ।
Comments are closed.