Latest Odisha News

ହକି ଇଣ୍ଡିଆ ଲିଗ୍: ଷ୍ଟାଡିୟମ ଯିବାକୁ ବାଧ୍ୟତାମୂଳକ ପଞ୍ଜୀକରଣ ନିୟମକୁ ପ୍ରତ୍ୟାହାର କରାଗଲା

ରାଉରକେଲା:ହକି ପ୍ରେମୀଙ୍କ ପାଇଁ ଖୁସି ଖବର । ହିରୋ ହକି ଇଣ୍ଡିଆ ଲିଗ୍ ୨୦୨୪ମ୍ୟାଚକୁ ଦେଖିବାକୁ ପାସ୍ ଓ ଟିକେଟର ଆବଶ୍ୟକତା ନାହିଁ । ଏନେଇ ସୂଚନା ଦେଇଛନ୍ତି ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲୀପ ତିର୍କୀ । ଏଥର ଦର୍ଶକ ସିଧାସଳଖ ଷ୍ଟାଡିୟମ ଭିତରକୁ ପ୍ରବେଶ କରି ପାରିବେ ।

 

ଦୀର୍ଘ ୭ ବର୍ଷ ଅପେକ୍ଷାର ଅନ୍ତ ଘଟି ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ହକି ଇଣ୍ଡିଆ ଲିଗ୍‌। ଦର୍ଶକ ଅନଲାଇନ୍ ମାଧ୍ୟମରେ ଫ୍ରି ଟିକଟର ପଞ୍ଜୀକରଣ କରିବା ପରେ ଷ୍ଟାଡିୟମ ଭିତରକୁ ଯିବାକୁ ଅନୁମତି ମିଳୁଥିଲା । କିନ୍ତୁ ଏହି ନିୟମକୁ ପ୍ରତ୍ୟାହାର କରାଯାଇଛି । ଏଥର ଦର୍ଶକ ସିଧାସଳଖ ଷ୍ଟାଡିୟମ ଭିତରକୁ ଯାଇ ହକି ଦେଖିପାରିବେ ।ସେମାନେ ପୂର୍ବ, ଉତ୍ତର, ଦକ୍ଷିଣ ଷ୍ଟାଣ୍ଡରେ ବସିକି ମ୍ୟାଚର ଉପଭୋଗ କରି ପାରିବେ । ଓ୍ବେଷ୍ଟ ଷ୍ଚାଣ୍ଡକୁ ନିମନ୍ତ୍ରିତ ଅତିଥିଙ୍କ ପାଇଁ ସଂରକ୍ଷଣ ରଖାଯିବ । ସେମିଫାଇନାଲ ଯାଏଁ ଏହି ନିୟମ ଲାଗୁ ରହିବ । ତେବେ ଫାଇନାଲ ମ୍ୟାଚ ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଦିଲୀପ ତିର୍କୀ କହିଛନ୍ତି ।

 

ଏକ ସାମ୍ବାଦିକ ସମ୍ମିଳନୀରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ କହିଛନ୍ତି ଯେ, ହକିର ଗଡ ସୁନ୍ଦରଗଡ ଜିଲ୍ଲା ତଥା ରାଉରକେଲାରେ ହକି ପ୍ରତି ସମସ୍ତଙ୍କର ଭଲପାଇବା ଅଛି । ପୂର୍ବରୁ ବିଶ୍ବକପ୍, ପ୍ରୋଲିଗ୍ ଏବେ ହକି ଇଣ୍ଡିଆ ଲିଗ୍ ରେ ବି ଦର୍ଶକଙ୍କ ଭିଡ ଏହାକୁ ପ୍ରମାଣିତ କରୁଛି ।

ଏପରି ବାଧ୍ୟତାମୂଳକ ପଞ୍ଜୀକରଣ ନିୟମକୁ ପ୍ରତ୍ୟାହାରକୁ ନେଇ ସେ କହିଛନ୍ତି ଯେ, କିଛି ଦର୍ଶକ ପଞ୍ଜୀକରଣ କରି ମ୍ୟାଚ ଦେଖିବାକୁ ଆସୁ ନାହାଁନ୍ତି । ଫଳରେ ପଞ୍ଜୀକରଣ କରିନଥିବା ଇଚ୍ଛୁକ ହକି ପ୍ରେମୀ ମ୍ୟାଚ ଦେଖି ପାରୁ ନାହାଁନ୍ତି । ଏଣୁ ଷ୍ଚାଡିୟମକୁ ଅବାଧ ପ୍ରବେଶକୁ ଅନୁମତି ଦିଆଯାଇଛି ।

 

Leave A Reply

Your email address will not be published.