Latest Odisha News

ହକି ସିରିଜ: ରୋମାଂଚକ ମୁକାବିଲାରେ ଅଷ୍ଟ୍ରେଲିଆଠାରୁ ହାରିଲା ଭାରତ

ଆଡିଲେଡ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ହକି ଟେଷ୍ଟ ସିରିଜ ଆରମ୍ଭ ହୋଇଯାଇଛି । ରୋମାଂଚକ ପ୍ରଥମ ମ୍ୟାଚରେ ଭାରତ ୪-୫ ଗୋଲରେ ଅଷ୍ଟ୍ରେଲିଆଠାରୁ ହାରି ଯାଇଛି । ବିଜୟ ସହ ଆୟୋଜକ ଟିମ ୧-୦ର ଅଗ୍ରଣୀ ହାସଲ କରିଛି । ଭାରତ ପକ୍ଷରୁ ଆକାଶଦୀପ ସିଂ ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ । ସେ ୧୦ମ, ୨୭ତମ ଓ ୫୯ତମ ମିନିଟରେ ୩ଟି ଗୋଲ ଦେଇଥିଲେ । ହରମନପ୍ରୀତ ସିଂ ଗୋଟିଏ ଗୋଲ ସ୍କୋର କରିଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ଲାଚଲାନ ଶାର୍ପ, ନାଥାନ ଇଫରାମୁସ ଓ ଟମ କ୍ରେଗ ୩ଟି ଗୋଲ କରିଥିଲେ ମଧ୍ୟ ମ୍ୟାଚରେ ହୀରୋ ସାଜିଥିଲେ ବ୍ଲାକେର ଗୋଭର୍ସ । ସେ ୫୭ ସ ୬୦ତମ ମିନିଟରେ ୨ଟି ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ । ଓଡିଶାର ଅମିତ ରୋହିଦାସଙ୍କ ନିକଟରେ ଗୋଲ କରିବା ସୁଯୋଗ ସୃଷ୍ଟି ହୋଇଥିଲେ ମଧ୍ୟ ସେ ଏଥିରେ ସଫଳ ହୋଇପାରି ନ ଥିଲେ ।

Comments are closed.