Latest Odisha News

ବିଶ୍ୱକପ ପ୍ରସ୍ତୁତି ବୈଠକ : ହକି ଇଣ୍ଡିଆ ସଭାପତି, କ୍ରୀଡା ସଚିବଙ୍କ ରାଉରକେଲା ଗସ୍ତ

ରାଉରକେଲେ: ୨୦୨୩ ପୁରୁଷ ହକି ବିଶ୍ୱକପ ପ୍ରସ୍ତୁତି ତଦାରଖ ପାଇଁ ରବିବାର ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ରାଜ୍ୟ କ୍ରୀଡା ସଚିବ ଆର.ଭିନଲ କ୍ରିଷ୍ଣା ରାଉରକେଲା ଗସ୍ତରେ ଯାଇଥିଲେ । ସ୍ଥାନୀୟ ବିମାନ ବନ୍ଦର ପରିସରରେ ରାଉରକେଲା ଷ୍ଟାଡିୟମ କମିଟି ସହ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ଦିଲ୍ଲୀପ ବିଭିନ୍ନ ଅଧିକାରୀଙ୍କ ସହ ଏ ନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ପ୍ରସ୍ତୁତି ନେଇ ସଭାପତି ଏବଂ ସଚିବ ସନ୍ତୋଷ ବ୍ୟକ୍ତ କରିଥିଲେ । ବଳକା କାମକୁ ଟାର୍ଗେଟ ତାରିଖ ସୁଦ୍ଧା ଶେଷ କରିବା ପାଇଁ କୁହାଯାଇଥିଲା । ରାସ୍ତାଘାଟ, ପାର୍କିଂ ସ୍ଥଳ, ଆଲୋକୀକରଣ, ସହରର ପ୍ରବେଶ ପଥ, ବିଦ୍ୟୁତ ସରାବରାହ ଏବଂ ଷ୍ଟାଡିୟମ ପରିସର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ହକି ବିଶ୍ୱକପର ସ୍ୱତନ୍ତ୍ର ଅଧିକାରୀ ତଥା ଇଡକୋ ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ, ସୁନ୍ଦରଗଡ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି, ଶୁଭଙ୍କର ମହାପାତ୍ର, ଆରକ୍ଷୀ ଅଧିକ୍ଷକ ମୁକେଶ ଭାମଙ୍କ ସମେତ ହକି ଇଣ୍ଡିଆର ପ୍ରତିନିଧି, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ଅଧିକାରୀ ଓ କ୍ରୀଡା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ତରାଇ ଉପସ୍ଥିତ ଥିଲେ ।

Comments are closed.