Latest Odisha News

BREAKING NEWS

ପଦ୍ମପୁର ଉପନିର୍ବାଚନରେ କିଏ ହେବ ବିଜେଡି ପ୍ରାର୍ଥୀ ? ତୁଟୁନି ଅଡ଼ୁଆ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ବିଜେପି, କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ହେଲେ ବିଜେଡି ହାତରେ ଥିବା ଏ ଆସନ ପାଇଁ ଦଳ ଏଯାଏ ପ୍ରାର୍ଥୀ ଘୋଷଣା କରିନି । ଯାହାକୁ ନେଇ ନାନା ଚର୍ଚ୍ଚା ହେଉଛି । ଅନେକ କହୁଛନ୍ତି ଦଳ ଭିତରେ ଏକାଧିକ ଆଶାୟୀ ବିଜେଡି ପାଇଁ ପଦ୍ମପୁରରେ, ଧାମନଗର ସ୍ଥିତି ସୃଷ୍ଟି କରିପାରେ । ହେଲେ ଚର୍ଚ୍ଚାକୁ ଦଳର ନେତା ଏଡ଼େଇ ଯିବା ସହ ଦଳ ଠିକ୍ ସମୟରେ, ଠିକ୍ ନିଷ୍ପତ୍ତି ନେବ ବୋଲି କହିଛନ୍ତି ।

ତେବେ କିଏ ହେବ ପଦ୍ମପୁରରେ ବିଜେଡି ପ୍ରାର୍ଥୀ ? ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପତ୍ନୀ ତିଲୋତ୍ତମା ନା ୨ ଝିଅଙ୍କ ମଧ୍ୟରୁ କାହାକୁ ନା ପୁତୁରା ବୋହୂଙ୍କୁ ପ୍ରାର୍ଥୀ କରିବ ବିଜେଡି ? ଏନେଇ ଦଳ କି ପରିବାର ମଧ୍ୟରେ କଥା ଛିଡ଼ୁନି । ଦଳ ସମୟ ଗଡ଼ାଇ ଚାଲିଥିବା ବେଳେ ସମର୍ଥକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସହ ଦ୍ୱିଧା ବଢ଼ି ଚାଲିଛି ।

ତେବେ ବିଜେଡି ପ୍ରାର୍ଥୀ ରେସରେ ଦିବଙ୍ଗତ ବିଧାୟକ ବରିହାଙ୍କ ପତ୍ନୀ ତିଲୋତ୍ତମା ଓ ପୁତୁରା ବୋହୂ ମାଧବୀ ସିଂହଙ୍କୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଏହା ଛଡ଼ା ବରିହାଙ୍କ ୨ ଝିଅ ବର୍ଷା ଓ କାଦମ୍ବିନୀ ମଧ୍ୟ ଟିକେଟ୍ ପାଇଁ ଦାବି କରିଛନ୍ତି । ଘରର ଚାରିକୋଣ ଭଳି ପରିବାର ଭିତରୁ ୪ ଜଣ ଆଶାୟୀ ଦଳର ଚିନ୍ତା ବଢ଼ାଇ ଦେଇଛନ୍ତି ।

ଏହାରି ଭିତରେ ରବିବାର ବିଞ୍ଜଳ ସମାଜର ଏକାଧିକ ସଦସ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱରର ଭେଟିଛନ୍ତି । ବିଜୟ ବରିହାଙ୍କ ପତ୍ନୀ ତିଲୋତ୍ତମାଙ୍କୁ ଟିକେଟ୍ ଦେବାକୁ ସେମାନେ ମତପୋଷଣ କରିଛନ୍ତି । ଏପରିକି ବିଜୟଙ୍କ ଝିଅକୁ ମଧ୍ୟ ପ୍ରାର୍ଥୀ କଲେ ସମାଜ ସମର୍ଥନ କରିବ ବୋଲି କହିଛନ୍ତି । ଏଥିସହ ଖୋଲାଖୋଲି କହିଛନ୍ତି, ବରିହା ପରିବାର ବାହାରୁ ଅନ୍ୟ କେହି ପ୍ରାର୍ଥୀ ହେଲେ ସେମାନେ ସମର୍ଥନ ଦେବେ ନାହିଁ ବୋଲି କହିଛନ୍ତି ।

Leave A Reply

Your email address will not be published.