ମୋହାଲି: ତିନିଥର ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ବଲବୀର ସିଂ ସିନିୟରଙ୍କର ସୋମବାର ସକାଳେ ମୋହଲି ସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି।
ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲେ।
ସ୍ବର୍ଗତଃ ସିଂ ଗତ କିଛି ଦିନ ଧରି ଏକାଧିକ ସ୍ୱାସ୍ଥ୍ୟ ସମସ୍ୟାରେ ପିଡିତ ଥିବା ବେଳେ ଗତ ମେ ୮ରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ଯୋଗୁଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି।
ସେ ୧୯୪୮ ମସିହାରେ ଲଣ୍ଡନ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ହକି ଦଳର ସଦସ୍ୟ ଥିଲେ। ୧୯୫୨ ମସିହାରେ ବିଜୟୀ ଦଳର ଉପ-ଅଧିନାୟକ ହେବା ପୂର୍ବରୁ ସେ ୧୯୫୬ ମସିହାରେ ଚାମ୍ପିୟନ ମଧ୍ୟ ହୋଇଥିଲେ।
ଅଲିମ୍ପିକ୍ସର ପୁରୁଷ ହକି ଫାଇନାଲରେ ଜଣେ ବ୍ୟକ୍ତିଙ୍କ ଦ୍ଵାରା ସର୍ବାଧିକ ଗୋଲ୍ ପାଇଁ ସେ ବିଶ୍ୱ ରେକର୍ଡ ବଜାୟ ରଖିଛନ୍ତି।
ଉଲ୍ଲେଖଯୋଗ୍ୟ, ଆଧୁନିକ ଅଲିମ୍ପିକ୍ ଇତିହାସରେ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଦ୍ୱାରା ମନୋନୀତ ୧୬ ଜଣ କିମ୍ବଦନ୍ତୀଙ୍କ ମଧ୍ୟରେ ଶ୍ରୀ ସିଂ ଏକମାତ୍ର ଭାରତୀୟ ଥିଲେ।
Comments are closed.