ଭୁବନେଶ୍ୱର: ଜୁନିୟର ହକି ବିଶ୍ୱକପ ଆୟୋଜନ ପାଇଁ ଭୁବନେଶ୍ୱରରେ ଓଡିଶା ସରକାର ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । କରୋନା ମହାମାରୀମୁକ୍ତ ଇଭେଂଟ ପାଇଁ ଖେଳାଳିମାନଙ୍କ କୋଭିଡ ଟେଷ୍ଟ ହାଇ ସ୍ପିଡରେ ଚାଲିଛି । ପ୍ରତ୍ୟେକ ଦିନ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଂଟରରେ ୫୦୦ରୁ ଊର୍ଦ୍ଧ୍ୱ ଟେଷ୍ଟ କରାଯାଉଛି ବୋଲି କ୍ରୀଡା ସଚିବ ଭିନୀଲ କ୍ରିଷ୍ଣା କହିଛନ୍ତି । ପ୍ରତ୍ୟେକ ଖେଳାଳି, ଅଫିସିଆଲ ଏବଂ ଏହା ସହିତ ଜଡିତ ବ୍ୟକ୍ତିଙ୍କ ୭୨ ଘଂଟା ମଧ୍ୟରେ ଟେଷ୍ଟ କରାଯାଉଛି ।
ଭୁବନେଶ୍ୱର ମ୍ୟୁନିସପାଲ କର୍ପୋରେଶନ ଓ କ୍ୟାପିଟାଲ ହସ୍ପିଟାଲ ମିିଳିତ ସହଯୋଗରେ ହୋଟେଲରେ ଥିବା ବିଦେଶୀ ଖେଳାଳିଙ୍କ ସାମ୍ପୁଲ କଲେକ୍ସନ ପାଇଁ ୧୨ଟି ୟୁନିଟ ଗଠନ କରାଯାଇଛି । ସମସ୍ତ କୋଭିଡ ଗାଇଡଲାଇନ୍ସ ଅନୁସାରେ ଆରଟିପିସିଆର ଟେଷ୍ଟ କରାଯାଉଛି । ଭୁବନେଶ୍ୱର ୧୦୦ ପ୍ରତିଶତ ଟୀକାକରଣ ସହର ହୋଇଥିବାରୁ ଏହା ଅନ୍ୟମାନଙ୍କୁ ଆଶ୍ୱସ୍ତି ଦେଇଛି । ଇତି ମଧ୍ୟରେ ଭାରତ, ଜର୍ମାନୀ, ପୋଲାଣ୍ଡ, ବେଲଜିୟମ, ଆମେରିକା, କାନାଡା, ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡ ଟିମ ଭୁବନେଶ୍ୱରରେ ପଂହଚି ସାରିଲେଣି । ଆଉ ଅଳ୍ପ ଦିନ ମଧ୍ୟରେ ଅନ୍ୟ ଟିମ ପଂହଚିବେ ।
BREAKING NEWS
- ବାପାଙ୍କ ସମର୍ଥନରେ ବାହାରିଲେ ସୋଫିଆ
- ୨୦୦କୁ ବଢିପାରେ ବିଧାନସଭା ସିଟ୍ ସଂଖ୍ୟା
- ଜମ୍ମୁରେ ଆତଙ୍କବାଦୀଙ୍କ ସାଟେଲାଇଟ୍ ଯୋଗାଯୋଗ ଟ୍ରାକ୍; ଭାରତୀୟ ସେନାର ସର୍ଚ୍ଚ ଅପରେସନ୍ ଆରମ୍ଭ
- Accident Rate: ବର୍ଷକୁ ଦେଶରେ ଘଟୁଛି ୫ ଲକ୍ଷ ଦୁର୍ଘଟଣା, ରାଜ୍ୟରେ ଜାଣନ୍ତୁ କେତେ…
- ପାକ୍ସ ସିଲିକାର ପୂର୍ଣ୍ଣକାଳୀନ ସଦସ୍ୟ ହେବ ଭାରତ, ଜାଣନ୍ତୁ କଣ…
- Gold Silver Price: ପୁଣି ରେକର୍ଡ କଲା ସୁନା-ରୂପା ଦର, ଜାଣନ୍ତୁ ଆଜି କେତେ ରହିଛି…
- ରାୟଗଡ଼ାରେ ସଡକ ଦୁର୍ଘଟଣାରେ ୨ ଭାଇଙ୍କ ମୃତ୍ୟୁ
- ସୋସିଆଲ ମିଡିଆରୁ ଦୂରେଇଲେ ଅରବିନ୍ଦ ପାଢ଼ୀ, ‘X’ ଛାଡ଼ିବା ନେଇ ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା
- ଏଥର କୋହଲିଙ୍କ ନଜର ଜୟସୂରିୟାଙ୍କ ରେକର୍ଡ ଉପରେ
- ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନରେ ସମ୍ମାନୀତ ହେବେ ନୃସିଂହ ଚରଣ ଷଡ଼ଙ୍ଗୀ
Comments are closed.