Latest Odisha News

ହକି ବିଶ୍ୱକପ୍ ଉଦଘାଟନୀ ସମାରୋହ: ଆଜିଠୁ ଆରମ୍ଭ ହେଲା ଅନଲାଇନ ଟିକେଟ ବିକ୍ରି

ଭୁବନେଶ୍ୱର : ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହକି ମହାକୁମ୍ଭ ‘ଓଡିଶା ହକି ପୁରୁଷ ବିଶ୍ୱ କପ୍’ ଆଉ ମାତ୍ର ୮ଦିନ ପରେ ଅନୁଷ୍ଠିତ ହେବାକୁ ଥିବାସ୍ଥଳେ ଏହି ମେଗା ଇଭେଣ୍ଟର ଉଦଘାଟନୀ ସମାରୋହର ଅନଲାଇନ ଟିକେଟ ବିକ୍ରି ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ।

ଅନ୍ତର୍ଜାତୀୟ ହକି ଫେଡେରେସନ(ଏଫ୍ଆଇଏଚ୍)ର ସୂଚନା ଅନୁଯାୟୀ ପୂର୍ବରୁ ଅନଲାଇନ ମାଧ୍ୟମରେ ମଙ୍ଗଳବାର ଦିନ ମଧ୍ୟାହ୍ନ ୧୨ଟା ପରଠାରୁ ଆରମ୍ଭ ହେବାର ଘୋଷଣା କରାଯାଇଥିଲା ।

ସୂଚନା ଅନୁଯାୟୀ ହକିପ୍ରେମୀମାନେ https://www.ticketgenie.com/ ୱେବସାଇଟରେ ଅନଲାଇନରେ ଟିକେଟ କିଣିପାରିବେ । କଳିଙ୍ଗ ଷ୍ଟାଡିୟମର ଟିକେଟ ମୂଲ୍ୟ ୫୦୦ ଟଙ୍କା ରହିଥିବାବେଳେ କଟକ ଉଦଘାଟନୀ ଟିକେଟର ମୂଲ୍ୟ ୧୦୦ରୁ ୫୦୦ ଟଙ୍କା ରହିଛି ।

ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଉଦଘାଟନୀ ମ୍ୟାଚ ଲାଗି ଅନଲାଇନରେ ପାଖାପାଖି ୧୦,୫୦୦ ଟିକଟ ଏବଂ କଟକ ବାରବାଟୀରେ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉଦଘାଟନୀ ଉତ୍ସବ ଲାଗି ପ୍ରାୟ ୩୦,୦୦୦ ଟିକଟ ବିକ୍ରି ହେବା ସମ୍ଭାବନା ରହିଛି ।

ଏହି ଉଦଘାଟନୀ ଉତ୍ସବ ନଭେମ୍ବର ୨୭ ତାରିଖରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ଏବଂ କଟକ ବାରବାଟୀ ଷ୍ଟାଡ଼ିୟମରେ ନଭେମ୍ବର ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ।

ଅନଲାଇନରେ କିଣାଯାଇଥିବା ଗୁଡିକୁ ଦର୍ଶକମାନେ ନଭେମ୍ବର ୨୨ ତାରିଖ ଦିନ ୩ଟା ସମୟରେ କଳିଙ୍ଗ ଷ୍ଟାଡ଼ିୟମର ୪ ନଂ ଗେଟରୁ ତଥା ଭୁବନେଶ୍ୱରର ଅନ୍ୟ ସ୍ଥାନମାନଙ୍କରେ ଖୋଲିôଥ୍ବା କାଉଣ୍ଟରରୁ ପାଇପାରିବେ ।

ବିଶ୍ୱକପର ଏହି ଉଭୟ ଉଦଘାଟନୀ ଉତ୍ସବରେ କିମ୍ବଦନ୍ତୀ ବଲିଉଡ଼ ସଙ୍ଗୀତଜ୍ଞ ଏ ଆର୍ ରେହମାନ୍ ବଲିଉଡ଼ ସେଲେବ୍ରିଟି ଶାହରୁଖ ଖାନ ଏବଂ ଅନ୍ୟ ଷ୍ଟାରମାନଙ୍କ ସହିତ ସେ ସଙ୍ଗୀତ ପରିବେଷଣ କରିବାର କାର‌୍ୟ୍ୟକ୍ରମ ରହିଛି ।

ତେବେ ଯାହାବି ହେଉ ଭାରତ ଖେଳୁଥିବା ସମସ୍ତ ମ୍ୟାଚର ଟିକେଟ ବିକ୍ରି ହୋଇଯାଇଥିବା ନେଇ ଏଫ୍ଆଇଏଚ୍ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.