ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ୱାଲେ ବିପକ୍ଷ ମ୍ୟାଚରେ ଭାରତ ବିଜୟୀ ହୋଇଛି । ଏଥିସହ କ୍ରସ୍ ଓଭରରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବ । ଆଜିର ଚିତ୍ତାକର୍ଷକ ମ୍ୟାଚରେ ୪-୨ ଗୋଲରେ ଭାରତ ବିଜୟୀ ହୋଇଛି । ଦଳ ପକ୍ଷରୁ ଆକାଶଦୀପ ସିଂ ୨ଟି ଗୋଲ୍ ଦେଇଥିବା ବେଳେ ଶମଶେର ସିଂ ଓ ହରମନପ୍ରୀତ ସିଂ ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ ।
Jeet gaya bhai jeet gaya, India jeet gaya 🤩
🇮🇳 IND 4-2 WAL 🏴#INDvsWAL #HockeyIndia #IndiaKaGame #HWC2023 #HockeyWorldCup2023 #StarsBecomeLegends @CMO_Odisha @sports_odisha @IndiaSports @Media_SAI @HockeyWales pic.twitter.com/r6xv70ZjhW
— Hockey India (@TheHockeyIndia) January 19, 2023
ପ୍ରଥମ କ୍ୱାର୍ଟରରେ ୨ଟି ପେନାଲ୍ଟି କର୍ଣ୍ଣର ପାଇଥିଲେ ବି ଗୋଲରେ ପରିବର୍ତ୍ତନ କରି ପାରି ନଥିଲା । ଉଭୟ ଦଳ କୌଣସି ଗୋଲ୍ କରି ପାରି ନଥିଲ । ଦ୍ୱିତୀୟ କ୍ୱାର୍ଟରରେ ଆକାଶଦୀପ ଗୋଟିଏ ଗୋଲ୍ ଦେବା ସହ ଭାରତ ୧-୦ରେ ଆଗୁଆ ରହିଥିଲା ।
ତୃତୀୟ କ୍ୱାର୍ଟରରେ ୱେଲ୍ସ ୨ଟି ଗୋଲ୍ କରିଥିବା ବେଳେ ଭାରତ ଗୋଟିଏ ଗୋଲ୍ ଦେଇ ୨-୨ରେ ସମାନ ସ୍ଥିତିରେ ରହିଥିଲା । ସମୟ ସରିବା ଦର୍ଶକଙ୍କ ଉତ୍କଣ୍ଠା ବଢ଼ୁଥିଲା । ଶେଷ ଅର୍ଥାତ୍ ଚତୁର୍ଥ କ୍ୱାର୍ଟରରେ ଭାରତୀୟ ଦଳ ୨ଟି ଗୋଲ୍ ଦେଇ ମ୍ୟାଚ୍ ବିଜୟୀ ହୋଇଥିଲା ।
ପୁଲ୍ ଡିରେ ଥିବା ଭାରତ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ସ୍ପେନ୍ ତୃତୀୟ ସ୍ଥାନରେ ରହିଛି । ୭ ପଏଣ୍ଟ ସହ ଟେବୁଲର ପ୍ରଥମ ସ୍ଥାନରେ ଥିବା ଇଂଲଣ୍ଡ ସିଧାସଳଖ କ୍ୱାର୍ଟର ଫାଇନାଲ୍ ଖେଳିବ । ସେହିଭଳି କ୍ରସ୍ ଓଭରରେ ଭାରତ-ନ୍ୟୁଜିଲାଣ୍ଡକୁ ଭେଟିବ । ଇଂଲଣ୍ଡ ଓ ଭାରତ ୩ଟି ଲେଖାଏ ମ୍ୟାଚ୍ ଖେଳି ୭ ପଏଣ୍ଟ ଲେଖାଏ ପାଇଛନ୍ତି ।
ଚଳିତ ବିଶ୍ୱକପର ୪ଟି ପୁଲ୍ ମଧ୍ୟରେ ଥିବା ଦଳ ମଧ୍ୟରୁ ଶକ୍ତିଶାଳୀ ହେଉଛି ପୁଲ୍ ସିରେ ଥିବା ନେଦରଲାଣ୍ଡ୍ସ । ଖେଳା ଯାଇଥିବା ୩ଟି ମ୍ୟାଚ୍ ଜିତି ନେଦରଲ୍ୟାଣ୍ଡ୍ସ ୯ ପଏଣ୍ଟ ପାଇଥିବା ବେଳେ ମାଲେସିଆ ୨ଟି ମ୍ଯାଚ୍ ଜିତି ୬ ପଏଣ୍ଟ ପାଇଛି ।
Comments are closed.