Latest Odisha News

BREAKING NEWS

କାଠ ମାଫିଆକୁ ଧରିଲେ ଗାଁ ପ୍ରକୃତି ସୁରକ୍ଷା ସମିତି

କାମାକ୍ଷାନଗର: ଲକ୍ଷାଧିକ ଟଙ୍କାର କାଠ ଜବତ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କାନପୁରା ପଞ୍ଚାୟତ ଭାଲୁମୁଣ୍ଡା ଗାଁର ଜଣେ କାଠ ମାଫିଆଙ୍କ ଘରେ ଚଢ଼ାଉ କରିଛି ବନ ବିଭାଗ । ଚଢ଼ାଉ ସମୟରେ ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ କରାଯାଇଛି । ତେବେ ଚଢ଼ାଉ ବେଳେ ଖସି ପଳାଇବାରେ ସକ୍ଷମ ହୋଇଛି କାଠ ମାଫିଆ ବାବୁଲି ଦେହୁରୀ ।

ଦୀର୍ଘ ଦିନ ହେବ ବାବୁଲି କାନପୁରା ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରୁ ବଡ଼ ବଡ଼ ଶାଳ ଗଛ କାଟି ଚୋରା କାଠ ବ୍ୟବସାୟ କରୁଥିଲା । ଯାହାକୁ ନେଇ କାନପୁରା ଗାଁର ପ୍ରକୃତି ସୁରକ୍ଷା ସମିତି ପକ୍ଷରୁ କାଠ ଚୋରକୁ ଧରିବା ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା ।

ପୂର୍ବ ଯୋଜନା ମୁତାବକ ଆଜି ସନ୍ଧ୍ୟାରେ କାନପୁରା ଗାଁ ପ୍ରକୃତି ସୁରକ୍ଷା ସମିତିର ସହଯୋଗରେ ବନ ବିଭାଗ ଟିମ୍ ମିଶି ଭାଲୁମୁଣ୍ଡା ଗାଁରେ ଚଢ଼ାଉ କରିଥିଲା । ଚଢ଼ାଉରେ କାଠ ମାଫିଆ ବାବୁଲିର ଘରବାଡ଼ିରେ ଥିବା ସମସ୍ତ ଶାଳ କାଠ ଗୁଡିକୁ ବନ ବିଭାଗ ଜବତ କରିବା ସହ ଏକ ମାମଲା ରୁଜୁ କରିଛି ।

Leave A Reply

Your email address will not be published.