Latest Odisha News

BREAKING NEWS

ହକି ବିଶ୍ୱକପ ଦେଖିବା ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି

ପୁରୀ: ଓଡିଶାରେ ଆଉ କିଛି ଘଂଟା ପରେ ଆରମ୍ଭ ହୋଇଯିବ ହକି ବିଶ୍ୱକପ । ଏଥିପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି । ପୁରୀ ପ୍ରଶାସନ ମଧ୍ୟ ବେଳାଭୂମିରେ ବନ୍ଦୋବସ୍ତ କରିଛନ୍ତି । ଉଦଘାଟନୀ ଉତ୍ସବର କାର୍ଯ୍ୟକ୍ରମର ସିଧା ପ୍ରସାରଣ ଏଲଇଡି ଟିଭି ମାଧ୍ୟମରେ ପୁରୀ ସମୁଦ୍ର କୂଳ ଭିକ୍ଟୋରିଆ ହୋଟେଲ ସମ୍ମୁଖରେ ସିଟି ଫେଷ୍ଟ ଇନ ଓଲିସ ଲ୍ୟାଣ୍ଡ ନାମରେ ଏହି ବନ୍ଦୋବସ୍ତ କରାଯାଇଛି । ବିଶ୍ୱକପର ବିରାଟ ପ୍ରତିକୃତି ସହ ହକିର ଏକ ମନଲୋଭା ବାତାବରଣ ପ୍ରସ୍ତୁତ ହୋଇଛି । ସାଂସ୍କୃତିକ ଓ କ୍ରୀଡା କାର୍ଯ୍ୟକ୍ରମ ଏଠାରେ ଆୟୋଜିତ ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

BjdElectrycity

ଏହା ବ୍ୟତୀତ ବ୍ଲକ, ଏନଏସି ଓ ପଂଚାୟତରେ ମଧ୍ୟ ଲୋକମାନେ ଯେପରି ହକିକୁ ଉପଭୋଗ କରିପାରିବେ ସେ ନେଇ ଉଦ୍ୟମ କରାଯାଇଛି । ମଙ୍ଗଳବାର ଜିଲ୍ଲାପାଳଙ୍କ ସମେତ ଜ୍ୟୋତି ଶଙ୍କର ମିଶ୍ର, ସରୋଜ କୁମାର ସ୍ୱାଇଁ, ଚନ୍ଦନ ସାହୁ ଓ ସରୋଜ କୁମାର ପ୍ରଧାନ ପ୍ରମୁଖ ବେଳାଭୂମି ପ୍ରସ୍ତୁତିକୁ ସମୀକ୍ଷା କରିଥିଲେ ।

Leave A Reply

Your email address will not be published.