Latest Odisha News

BREAKING NEWS

ବିଶ୍ୱକପ ହକି: ୧୮ଜଣିଆ ଭାରତୀୟ ଦଳରେ ୨ଜଣ ଓଡ଼ିଆ ଖେଳାଳି ମନୋନୀତ

ଭୁବନେଶ୍ୱର: ନଭେମ୍ବର ୨୮ରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଥିବା ପୁରୁଷ ବିଶ୍ୱକପ ହକି ନିମନ୍ତେ ‘ହକି ଇଣ୍ଡିଆ’ ପକ୍ଷରୁ ଏକ ୧୮ ଜଣିଆ ଚୂଡ଼ାନ୍ତ ଦଳ ଘୋଷିତ ହୋଇଛି । ଏହି ଦଳରେ ଓଡ଼ିଶାର ୨ଜଣ ଉଦୀୟମାନ ଖେଳାଳି ଅନ୍ତଭୃକ୍ତ ହୋଇଛନ୍ତି ।

ଓଡ଼ିଶାର ଦକ୍ଷ ଡ଼ିଫେଡ଼ଣ୍ଡର୍ ବିରେନ୍ଦ୍ର ଲାକ୍ରା ଦୀର୍ଘ ଦିନ ପରେ ପୁନର୍ବାର ଭାରତୀୟ ଜାତୀୟ ହକି ଦଳରେ ସାମିଲ ହୋଇଛନ୍ତି । ସେହିପରି ଅନ୍ୟତମ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଦଳରେ ସାମିଲ ହୋଇଛନ୍ତି ।

ହକି ମହାକୁମ୍ଭ ପୁରୁଷ ବିଶ୍ୱକପ ହକି ଟୁର୍ଣ୍ଣାମେ ଲାଗି ଭାରତୀୟ ଦଳର ନେତୃତ୍ୱ ନେବେ ମନପ୍ରିତ ସିଂହ ଏବଂ ଗୋଲରକ୍ଷକ ପି ଆର ଶ୍ରୀଜେଶ ଉପ-ଅଧିନାୟକ ଭାବେ ଦଳରେ ସ୍ଥାନ ପାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସୁରେନ୍ଦ୍ର କୁମାର, କୋଟଜିତ ସିଂହ, ହରମନପ୍ରୀତ ସିଂହ, ବରୁଣ କୁମାର, କ୍ରିଷ୍ଣା ବାହାଦୁର ପାଠକ, ଚିଂଲସେନା ସିଂହ କଂଗୁଜାମ, ସୁମିତ, ନୀଳକଣ୍ଠ ଶର୍ମା, ହାର୍ଦ୍ଦିକ ସିଂହ, ଆକାଶଦୀପ ସିଂହ, ଦିଲପ୍ରୀତ ସିଂହ, ଲଳିତ ଉପାଧ୍ୟାୟ, ମନଦୀପ ସିଂହ ଏବଂ ସିମରନଜିତ ସିଂହ ଦଳରେ ସ୍ଥାନ ପାଇଛନ୍ତି ।

ଭାରତୀୟ ଦଳ ଗ୍ରୁପ ‘ସି’ରେ ସ୍ଥାନ ପାଇଥିବା ବେଳେ ଏହି ଗ୍ରୁପରେ ଭାରତ ସମେତ ବେଲଜିୟମ, କାନାଡ଼ା, ଦକ୍ଷିଣଆଫ୍ରିକା ରହିଛନ୍ତି । ପୁଲ୍ ଶୀର୍ଷସ୍ଥାନ ଦଖଲ କରିଥିବା ଦଳ କ୍ୱାର୍ଟର୍ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିପାରିବ ।

Leave A Reply

Your email address will not be published.