Latest Odisha News

BREAKING NEWS

ବିଏସଏନଏଲ ହୋଲି ଧମାକା ଅଫର: ୪୨୫ ବୈଧତା ସହ ପ୍ରତିଦିନ ମିଳିବ ୨ଜିବି ଡାଟା

ଭୁବନେଶ୍ବର: ବିଏସଏନଏଲ (BSNL)ଆଣିଛି ଗ୍ରାହକଙ୍କ ପାଇଁ ହୋଲି ଉପହାର । ବର୍ତ୍ତମାନ ୪୨୫ ଦିନର ବୈଧତା ସହିତ ଏକ ନୂତନ ପ୍ଲାନ ଆଣିଛି। ଏହି ପ୍ଲାନରେ ପ୍ରତିଦିନ ୨ଜିବି ଡାଟା ପାଇବେ ଗ୍ରାହକ । ଏଥିସହ ଏହି ପ୍ଲାନରେ, ଗ୍ରାହକମାନେ ଲୋକାଲ ଏବଂ STD ନେଟୱାର୍କରେ ଅନଲିମିଟେଡ କଲିଂ ସୁବିଧା ପାଇବେ । ଏହାର ଅର୍ଥ ବିନା ଚିନ୍ତାରେ ନିଜ ସାଙ୍ଗ ଏବଂ ପରିବାର ସହିତ କଥା ହୋଇପାରିବେ ।

ବିଏସଏନଏଲ୍ ନିଜର ଗ୍ରାହକଙ୍କ ପାଇଁ ମାତ୍ର ୨୩୯୯ଟଙ୍କାରେ ଏହି ସାନଦାର ପ୍ଲାନ ପ୍ରଦାନ କରୁଛି ।

ଏହି ପ୍ୟାକ୍ ରେ ଆପଣ ପ୍ରତିଦିନ ଶହେ ମାଗଣା ଏସଏମଏସ ପାଇବେ । ସେହିପରି ୟୁଜରମାନେ ପ୍ରତିଦିନ 2GB ଡାଟା ପାଇବେ, ଯାହାର ଅର୍ଥ ହେଉଛି ସମୁଦାୟ ଯୋଜନା ଅବଧି ପାଇଁ ସମୁଦାୟ 850 ଜିବି ଡାଟା ଉପଲବ୍ଧ ହେବ! ଭିଡିଓ ଷ୍ଟ୍ରିମିଂ (ୟୁଟ୍ୟୁବ୍, ନେଟଫ୍ଲିକ୍ସ), ଅନଲାଇନରେ କାମ କରୁଥିବା ଲୋକ କିମ୍ବା ସୋସିଆଲ୍ ମିଡିଆର ଅଧିକ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ହେବ ।

ଯଦି ଆପଣ BSNL ର ଏହି ପ୍ଲାନର ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ୩୧ମାର୍ଚ୍ଚ ପୂର୍ବରୁ ଏହାକୁ ରିଚାର୍ଜ କରିବାକୁ ପଡିବ, କାରଣ ଏହା ଏକ ସୀମିତ ସମୟ ଅଫର୍ । ଏହି ଉତ୍ତମ ସୁଯୋଗକୁ ହାତଛଡା କରନ୍ତୁ ନାହିଁ ଏବଂ ଆଜି ଆପଣଙ୍କର ବିଏସଏନଏଲ ନମ୍ବର ରିଚାର୍ଜ କରନ୍ତୁ ।

Comments are closed.