Latest Odisha News

ହୋଲି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର

ଭୁବନେଶ୍ୱର: ଆଜି ରଙ୍ଗର ପର୍ବ ହୋଲି । ସବୁଠି ଉତ୍ସବର ମାହୋଲ । ପରସ୍ପରକୁ ରଙ୍ଗ ଅବିର ଲଗାଇ ସମସ୍ତେ ଭାଇଚାରର ସମ୍ପର୍କ ସ୍ଥାପନ କରିଥାନ୍ତି । ହୋଲି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।

ସେ ଟ୍ୱିଟ୍ କରି କହିଛନ୍ତି ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ରଙ୍ଗର ପର୍ବ ହୋଲି ସମସ୍ତଙ୍କ ପାଇଁ ଆନନ୍ଦମୟ ହେଉ । ସମସ୍ତେ ସୁରକ୍ଷିତ ଭାବେ ହୋଲି ଉତ୍ସବ ପାଳନ କରନ୍ତୁ ।ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦେଶବାସୀ ଓ ରାଜ୍ୟବାସୀଙ୍କୁ ହୋଲି ଅଭିନନ୍ଦନ ଜଣାଇଛନ୍ତି । ପ୍ରେସ, ସଦ୍‌ଭାବନା ଓ ସୌହାର୍ଦ୍ଦ୍ୟର ପର୍ବ ହୋଲି ଉପଲକ୍ଷେ ସମସ୍ତଙ୍କୁ ଶଭେଚ୍ଛା ଜଣାଇଛନ୍ତି ଧର୍ମେନ୍ଦ୍ର । ରଙ୍ଗର ପର୍ବ ସମସ୍ତ ଜୀବନରେ ସୁଖ ଭରିଦେଉ ବୋଲି ସେ ଟ୍ୱିଟ୍ କରି କହିଛନ୍ତି ।

Leave A Reply

Your email address will not be published.