Latest Odisha News

BREAKING NEWS

କର୍ଣ୍ଣାଟକରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ; ଟ୍ୱିଟ କରି ଜଣାଇଲେ କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀ

ବାଙ୍ଗାଲୁରୁ : ଆଜି କର୍ଣ୍ଣାଟକରେ ଆଉ ୩ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ଆଇସିଏମଆର) ଏନେଇ ସ୍ପଷ୍ଟ କରିଛନ୍ତି । ଏହାକୁ ମିଶାଇ କର୍ଣ୍ଣାଟକରେ ୪ଟି କରୋନା ଭାଇରସ ମାମଲା ସ୍ପଷ୍ଟ କରାଯାଇଛି । ୪ଜଣଙ୍କ ରକ୍ତ ଓ ସ୍ୱାବ ନମୂନା ପଜିଟିଭ ଆସିଛି ।

ସମସ୍ତ ୪ଜଣ ରୋଗୀ ଓ ତାଙ୍କ ପରିବାରକୁ ଆଇସୋଲେସନରେ ରଖାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଥିବା ନେଇ କର୍ଣ୍ଣାଟକର ସ୍ୱାସ୍ଥ୍ୟ ମନ୍ତ୍ରୀ ବି ଶ୍ରୀରାମୁଲୁ କହିଛନ୍ତି ।

ତେବେ ସାରା ବିଶ୍ୱରେ କୋକୁଆ ଭୟ ସୃଷ୍ଟି କରିଥିବା କରୋନା ଭାଇରସ ଭାରତରେ କାୟା ବିସ୍ତାର କରୁଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଆଜି ସକାଳ ସୁଦ୍ଧା ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୪୭ରେ ପହଞ୍ଚିଛି ।

Leave A Reply

Your email address will not be published.